www.samajalive.in
Saturday, December 13, 2025
26.1 C
Bhubaneswar

ବାରିଆ ଉଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଆଇଫାଡ କୋଲନି ନିକଟରେ ଏକ ଜଙ୍ଗଲରୁ ପଳାଇ ଆସିଥିବା ବାରିଆକୁ ଉଧାର କରି କାଶୀପୁର ବନ ବିଭାଗ କର୍ମଚାରୀ ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ଦୁଇ ରୁ ତିନି ଦିନ ତଳେ ଜଙ୍ଗଲରୁ ଏକ ବାରିଆ ଆଇଫାଡ କୋଲୋନି ନିକଟକୁ ପଳାଇ ଆସିଥିବା ବନ ବିଭାଗ ସୂଚନା ପାଇଥିଲା। ସୂଚନା ପାଇବା ପରେ କାଶୀପୁର ବନ ବିଭାଗ ଅଧିକାରି ସନ୍ଦୀପ ପୃଷ୍ଟିଙ୍କ ଅଧୀନରେ ଏକ ଟିମ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବାରିଆକୁ ଧରିବା ନିମନ୍ତେ ଏକ ଜାଲ ବିଛାଇଥିଲା। ଆଜି ଏହି ବିଛା ଯାଇଥିବା ଜାଲରେ ବାରିଆ ପଡିପାପରେ ବନ ବିଭାଗ ବାରିଆକୁ ଉଧାର କରି ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରାଣୀ ଚିକିତ୍ସାଳଲକୁ ନେଇଥିଲେ।ଏହାପରେ ଜଙ୍ଗଲରେ ଛାଡି ଦିଆଯାଇଥିବା କାଶୀପୁର ବନ ବିଭାଗ ଅଧୀକାରି ସନ୍ଦୀପ ପୃଷ୍ଟି ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories