www.samajalive.in
Friday, December 12, 2025
27.1 C
Bhubaneswar

ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ନିରନ୍ତର ପ୍ରାକୃତିକ ଗ୍ୟାସ ଯୋଗାଣ- ମଂଜୁର ହେଲା ୫ହଜାର ୫୫୯କୋଟି

ନୂଆଦିଲ୍ଲୀ: ଆଠୋଟି ଉତ୍ତରପୂର୍ବ ରାଜ୍ୟରେ ପ୍ରାକୃତିକ ଗ୍ୟାସ ପାଇପ ଲାଇନ ଗ୍ରୀଡ୍‍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଭାୟାବିଲିଟି ଗ୍ୟାପ୍‍ ଫଣ୍ଡିଂ(ଭି.ଜି.ଏଫ) ଆକାରରେ ୫ହଜାର ୫ଶହ ୫୯କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ଗ୍ରୀଡ୍‍ ଭରସାଯୋଗ୍ୟ ଭାବେ ଉପଭୋକ୍ତାମାନଙ୍କୁ ନିରନ୍ତର ପ୍ରାକୃତିକ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଗତକାଲି ନୂଆଦିଲ୍ଲୀରେ ଇନ୍ଦ୍ରଧନୁଷ୍‍ ଗ୍ୟାସ ଗ୍ରୀଡ୍‍ ଲିମିଟେଡକୁ ଏହି ଅର୍ଥ ମଞ୍ଜୁର କରିଛନ୍ତି। ଏହି ପାଇପ୍‍ ଲାଇନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ହେଉଛି ଦ୍ୱିତୀୟ ଆର୍ଥିକ ସହାୟତା। ଏହି ଗ୍ରୀଡ୍‍ର ମୋଟ ବ୍ୟୟ ଅଟକଳ ୯ହଜାର ୨୫୬କୋଟି ଟଙ୍କା ହୋଇଥିବାବେଳେ ଭି.ଜି.ଏଫ ମଞ୍ଜୁରୀ ବାବଦ ଅର୍ଥ ପ୍ରକଳ୍ପ ଖର୍ଚ୍ଚର ଶତକଡା ୬୦ଭାଗ ବହନ କରିବ।

୧ହଜାର ୬୫୬କିଲୋମିଟର ଦୀର୍ଘ ଏହି ପାଇପ ଲାଇନ ଇଟାନଗର, ଜୀମାପୁର, କୋହିମା, ଇମ୍ଫାଲ, ଆଇଜଲ ଓ ଅଗରତାଲା ଭଳି ପ୍ରମୁଖ ସହରଗୁଡିକୁ ଗୌହାଟି ସହିତ ସଂଯୋଗ କରିବ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଉତ୍ତରପୂର୍ବ ଅଞ୍ଚଳରେ ହାଇଡ୍ରୋକାର୍ବନ ଭିଜନ୍‍-୨୦୩୦କୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‍କର କହିଛନ୍ତି, ସରକାର ଚାରୋଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ଓ ନିଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାରକୁ ନୀତିଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଛଡା କ୍ୟାବିନେଟ କମିଟି ମିନେରାଲ୍ସ ଆଣ୍ଡ ମେଟାଲ୍ସ ଟ୍ରେଡିଂ କର୍ପୋରେସନ ଲିମିଟେଡ, ନ୍ୟାସନାଲ ମିନେରାଲ୍‍ ଡିଭେଲପମେଣ୍ଟ କର୍ପୋରସନ ଓ ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାରକୁ ମଧ୍ୟ ନୀତିଗତ ମଞ୍ଜୁର ପ୍ରଦାନ କରିଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories