www.samajalive.in
Friday, December 12, 2025
27.1 C
Bhubaneswar

ପୂର୍ବ ଶତ୍ରୁତାକୁନେଇ ପଣ୍ଡାଳମରେ ବୋମା ମାଡ

କଳାପଥର(ବାଙ୍କୀ: ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ପଣ୍ଡାଳମ ଗ୍ରାମରେ ଗତ ରାତ୍ରି ପ୍ରାୟ ୨.୩୦ମି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠି ଅନ୍ୟ ଏକ ଗୋଷ୍ଠିଙ୍କ ଘର ଉପରେ ବୋମା ମାଡ କରିଥିବା ଜଣାପଡିଛି। ବୋମା ମାଡରେ ଏକ ଆଜବେଷ୍ଟସ୍ ଘର ନଷ୍ଟ ହୋଇଯାଇଛି। ଏହି ଘଟଣାକୁନେଇ ଗ୍ରାମରେ ଉତ୍ତେଜନା ଲାଗିରହି ଥିବାରୁ ପୁଲିସ୍ ମୁତୟନ ରହିଛନ୍ତି।

ପୁଲିସ୍ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ପଣ୍ଡାଳମ ଗ୍ରାମରେ ଥିବା ସେବା ସମବାୟ ସମିତିଲିଃରେ ବ୍ୟାପକ ଆର୍ଥୀକ ଅନିୟମିତତା ହୋଇଥିବା କାରଣରୁ  ନିର୍ବାଚିତ କମିଟି ସଦସ୍ୟ ସମେତ ବୋର୍ଡ ସଭାପତି ଦାୟୀତ୍ୱରେ ଥିବା ପୂର୍ବତନ ସମ୍ପାଦକ  ସନ୍ତୋଷ କୁମାର ଜୟସିଂଙ୍କୁ ବହିସ୍କାର କରିବା ପାଇଁ ଦାବି କରିଥିଲେ। ନିର୍ବାଚନ କମିଟି ସଦସ୍ୟ ଏନେଇ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଏ.ଆର.ସି.ଏସଙ୍କୁ ଅବଗତ କରାଇଥିଲେ। ଫଳରେ ଦାୟୀତ୍ୱରେ ଥିବା ସମ୍ପାଦକ ସନ୍ତୋଷ କୁମାର ଜୟସିଂକୁ ବହିଷ୍କାର କରାଯାଇ ଥିଲା। ପରେ ଧରଣୀଧର ମହାନ୍ତିଙ୍କୁ ଦାୟୀତ୍ୱ ମିଳିଥିଲା। ସଭାପତି ଓ ପୂର୍ବତନ ସମ୍ପାଦକ ଗୋଟିଏ ଗାଁର ହୋଇଥିବାରୁ ଏଥିନେଇ ବିବାଦ ତିବ୍ରରୂପ ଧାରଣ କରିଥିଲା। ସମୟ କ୍ରମେ ଏହି ବିବାଦ ଉଗ୍ରରୂପ ଧାରଣକରି ଗତ ରାତ୍ରିରେ ବୋମା ମାଡ ପଯ୍ୟନ୍ତ କଥାଯାଇଥିଲା। ବିଳମ୍ବିତ ରାତ୍ରିରେ କେତେଜଣ ଦୃବତ୍ତଙ୍କ ସହାୟତାରେ ଅଜୟ ପଣ୍ଡାଙ୍କ ଫାର୍ମ ହାଉସରେ ଥିବା ଏକ ଆଜବେଷ୍ଟସ୍ ଘର ଉପରେ ଦୁଇଟି ବୋମାମାଡ କରିଥିଲେ। ବୋମାମାଡରେ ଘରର ଆଜବେଷ୍ଟ ସମେତ କାନ୍ଥ ଭାଙ୍ଗି ରୁଜି ଯାଇଥିବା ଜଣାପଡିଛି। ଏହି ଘଟଣା ନେଇ କ୍ଷତିଗ୍ରସ୍ତ ହୋଇ ଥିବା ବହିଷ୍କାର ସଭାପତି ଅଜୟ କୁମାର ପଣ୍ଡା ବେୈଦ୍ୟଶ୍ୱର ଥାନାରେ ପୂର୍ବତନ ସମ୍ପାଦକ ସନ୍ତୋଷ କୁମାର ଜୟସିଂ ଏବଂ ଅନ୍ୟ ଦୁଇ ଜଣ ସହେଯାଗୀଙ୍କ ବିରୁଦ୍ଧରେ ବୈଦ୍ୟେଶ୍ୱର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଉଭୟେ ଶାସକ ଦଳର ସମର୍ଥକ ହୋଇଥିବାରୁ ପୁଲିସ୍ କିପରି ଭାବରେ ତଦନ୍ତ ଆଗକୁ ନେଉଛି ତାହା ଦେଖିବାକୁ ବାକି ରହିଲା। ବୈଦ୍ୟେଶ୍ୱର ଥାନା ଅଧିକାରୀ ଶୁଭ୍ରକାନ୍ତ ଜେନା ସମେତ ଡି ଏସ ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଥିବା ବେଳେ ଉତ୍ତେଜନା ଦୃଷ୍ଟିରୁ ଗ୍ରାମରେ ପୁଲିସ୍ ମୁତୟନ ରହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories