www.samajalive.in
Saturday, December 13, 2025
26.1 C
Bhubaneswar

ପୌଷ ପୂଣ୍ଣିମାର ମହତ୍ତ୍ବ ଓ ପୂଜା ବିଧି

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ମହତ୍ତ୍ବ ରହିଛି। ପୂର୍ଣ୍ଣିମା ତିଥି ଚନ୍ଦ୍ରମାଙ୍କ ପ୍ରିୟ ହୋଇଥାଏ। ଏହି ଦିନ ଚନ୍ଦ୍ରମା ପୂର୍ଣ୍ଣ ରୂପ ଧାରଣ କରିଥାନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହି ଦିନ ଦାନ, ପବିତ୍ର ନଦୀରେ ସ୍ନାନ ଏବଂ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାର ବିଶେଷ ମହତ୍ତ୍ବ ରହିଛି। ଏହା ସହ ପୌଷ ପୂର୍ଣ୍ଣିମା ଦିନ କାଶୀ, ପ୍ରୟାଗରାଜ ଏବଂ ହରିଦ୍ବାରରେ ଗଙ୍ଗା ସ୍ନାନ କରିବାର ମହତ୍ତ୍ବ ରହିଛି। ଏଥର ପୌଷ ପୂର୍ଣ୍ଣିମା ଜାନୁଆରୀ ୧୦ ତାରିଖରେ ପାଳନ କରାଯିବ।

ପୌଷ ପୂର୍ଣ୍ଣିମାର ମହତ୍ତ୍ବ
ଜ୍ୟୋତିଷଶାସ୍ତ୍ର ଓ ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ପୌଷ ମାସକୁ ସୂର୍ଯ୍ୟ ଦେବତାଙ୍କ ମାସ ବୋଲି କୁହାଯାଏ। ଏହି ମାସରେ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ଦ୍ବାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ପୌଷ ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ପରମ୍ପରା ରହିଛି। ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ଅଦ୍ଭୁତ ସଂଯୋଗ ପୌଷ ପୂର୍ଣ୍ଣିମାରେ ହୋଇଥାଏ। ଏହି ଦିନ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ପୂଜା କରିବା ଦ୍ବାରା ମନସ୍କାମନା ପୂରଣ ହେବା ସହ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

- Advertisement -

ପୌଷ ପୂର୍ଣ୍ଣିମାର ବ୍ରତ ଓ ପୂଜାର ବିଧି
-ପୌଷ ପୂର୍ଣ୍ଣିମା ଦିନ ପ୍ରାତଃକାଳରେ ସ୍ନାନ କରିବା ପୂର୍ବରୁ ବ୍ରତର ସଙ୍କଳ୍ପ ନିଅନ୍ତୁ।
-ପବିତ୍ର ନଦୀରେ ସ୍ନାନ କରନ୍ତୁ ଏବଂ ସ୍ନାନ ପୂର୍ବରୁ ବରୁଣ ଦେବତାଙ୍କୁ ପ୍ରଣାମ କରନ୍ତୁ।
-ସ୍ନାନ ସାରିବା ପରେ ସୂର୍ଯ୍ୟ ମନ୍ତ୍ର ଜପ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ।
-ଏହା ପରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।
-ପୂଜା ପରେ ଗରିବ ବ୍ୟକ୍ତି ବା ବ୍ରାହ୍ମଣଙ୍କୁ ଭୋଜନ କରାଇ ଦାନ-ଦକ୍ଷିଣ ଦିଅନ୍ତୁ।
– ରାଶି, ଗୁଡ, କମ୍ବଳ ଆଦି ଦାନ ଦିଅନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories