www.samajalive.in
Saturday, December 13, 2025
21.1 C
Bhubaneswar

ସୋଲେମାନୀଙ୍କ ଅନ୍ତିମ ସଂସ୍କାର ସମୟରେ ଦଳାଚକଟା – ୩୫ ମୃତ, ଅନେକ ଆହତ

ତେହେରାନ: ଇରାନ୍‍ର ସାମରିକ କମାଣ୍ଡର କାସିମ୍‍ ସୋଲେମାନୀଙ୍କ ଅନ୍ତିମ ସଂସ୍କାର ସମୟରେ ଦଳାଚକଟା ଘଟି ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଇରାନର ଏକ ଟେଲିଭିଜନରେ ପ୍ରସାରିତ ସମ୍ବାଦ ଅନୁଯାୟୀ, ସୋଲେମାନୀଙ୍କ ପୈତୃକ ସହର କେରମାନରେ ଏହି ଘଟଣା ଘଟିଛି। ଗତ ଶୁକ୍ରବାର ଆମେରିକା ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ରେ ସୋଲେମାନୀଙ୍କର ମୃତ୍ୟୁ ଘଟିଥିଲା।

ସୋଲେମାନୀଙ୍କ ମୃତ୍ୟୁ ପରେ ଗତ କିଛି ଦିନ ହେବ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୨୦୧୮ରେ ୨୦୧୫ ଅଣୁ ଚୁକ୍ତିରୁ ଓହରି ଯିବାପରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା। ତେବେ ସୋଲେମାନୀଙ୍କ ମୃତ୍ୟୁ ପରେ ଏହି ଉତ୍ତେଜନାମୂଳକ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories