www.samajalive.in
Sunday, December 14, 2025
23.1 C
Bhubaneswar

ହୋଲିର ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ

କଟକ: ସାରା ଦେଶ ରଙ୍ଗର ପର୍ବ ହୋଲିର ରଙ୍ଗରେ ରଙ୍ଗେଇ ହୋଇଛି । ଅଯୋଧ୍ୟା, ବୃନ୍ଦାବନ, ମଥୁରା ସହ ବିଭିନ୍ନ ଧର୍ମପୀଠମାନଙ୍କରେ ପାରମ୍ପରିକ ଭାବେ ହୋଲି ଉତ୍ସବକୁ ପାଳନ କରାଯାଇଛି । ଦୋଳପୂର୍ଣ୍ଣିମା ପୂର୍ବରୁ ଓଡିଶାରେ ଦୋଳ ଉତ୍ସବ ଆରମ୍ଭ ହୋଇଥିଲା । ବିମାନରେ ବିଜେ ହୋଇ ଦେବାଦେବୀମାନେ ଗ୍ରାମ ପରିକ୍ରମା କରଥିଲେ । ଏହାପରେ ଦୋଳ ମେଲଣ ବି ଅନୁଷ୍ଠିତ ହୋଇଛି । ଦୋଳ ପୂର୍ଣ୍ଣିମା ପରଦିନ ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଛି ଓଡିଶାର ପୁରପଲ୍ଲୀ । ପ୍ରବଳ ଆନନ୍ଦ ଉଲ୍ଲାସ ସହ ଏହାକୁ ପାଳନ କରାଯାଉଛି । ହୋଲିକୁ ସୁରକ୍ଷିତ ଭାବେ ପାଳନ କରିବା , ପ୍ରାକୃତିକ ରଙ୍ଗ ବ୍ୟବହାର କରିବା, ରାସାୟନିକ ରଙ୍ଗଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ହୋଲି ଅବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

- Advertisement -

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories