www.samajalive.in
Saturday, December 13, 2025
26.1 C
Bhubaneswar

ଉତ୍ତରପ୍ରଦେଶରେ ପଶିଲେ ୨ ଆଇଏସ ଆତଙ୍କବାଦୀ, ଭାରତ-ନେପାଳ ସୀମାରେ ଆଲର୍ଟ

ବସ୍ତି: ଉତ୍ତରପ୍ରଦେଶରେ ଆଇଏସ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଛନ୍ତି। ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ଭାରତ-ନେପାଳ ସୀମାରେ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ଦ୍ବୟ ନେପାଳ ଲୁଚି ପଳାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୀମାନ୍ତ ଜିଲା ମହାରାଜାଗଞ୍ଜ, କୁଶିନଗର ଏବଂ ସିଦ୍ଧାର୍ଥନଗରରେ ଆଲର୍ଟ ଜାରି ହୋଇଛି। ବସ୍ତି ରେଞ୍ଜ ଆଇଜି ଆଶୁତୋଷ କୁମାର କହିଛନ୍ତି, ଏହି ଆତଙ୍କବାଦୀ ଦ୍ବୟ ୱାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ସେମାନଙ୍କ ନାମ ହେଉଛି ଅବଦୁଲ ସାମଦ ଏବଂ ଇଲିୟାସ। ଉତ୍ତରପ୍ରଦେଶରେ ସେମାନେ ନେପାଳରେ ପ୍ରବେଶ କରିପାରନ୍ତି ବୋଲି ସୂଚନା ମିଳିଥିବା ଆଇଜି କହିଛନ୍ତି।

ଆଇଜି କହିଛନ୍ତି, ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟ ଜାରି ହୋଇଛି। ଆତଙ୍କବାଦୀମାନଙ୍କ ଫଟୋ ପ୍ରକାଶ କରାଯାଇଛି। ଫଳରେ ସେମାନଙ୍କୁ ସହଜରେ ଚିହ୍ନଟ କରି ଗିରଫ କରାଯାଇ ପାରିବ। ପୂର୍ବରୁ ସେମାନଙ୍କୁ ପଶ୍ଚିମବଙ୍ଗର ସିଲିଗୁଡିରେ ଦେଖିବାକୁ ମିଳିଥିଲା। ସେମାନେ ଆଇଏସ ଆତଙ୍କୀ ସଂଗଠନର ବୋଲି ସନ୍ଦେହ କରାଯାଉଛି। ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories