www.samajalive.in
Friday, December 12, 2025
16.1 C
Bhubaneswar

କୋଟାରେ କେନ୍ଦ୍ରୀୟ ଡାକ୍ତରୀଦଳ : ଶିଶୁ ମୃତ୍ୟୁ ସଂଖ୍ୟା ୧୦୪କୁ ବୃଦ୍ଧି

କୋଟା : ରାଜସ୍ଥାନର କୋଟା ଜେ.କେ. ଲୋନ୍‍ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୧୦୪ରେ ପହଞ୍ଚିଛି । ଶିଶୁ ମୃତ୍ୟୁ
ଘଟଣାର ଅନୁଧ୍ୟାନ କରିବା ତଥା ସହାୟତା ପାଇଁ କେନ୍ଦ୍ର ସରକାର ଏକ ଡାକ୍ତରୀଦଳ ପଠାଇଛନ୍ତି । ଏହି ଦଳରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ରହିଥିବା ଜଣାପଡ଼ିଛି । ଡାକ୍ତରୀ ଦଳ ସେଠାରେ କିଭଳି ତୁରନ୍ତ ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ । ଏହି ଉଚ୍ଚସ୍ତରୀୟ ଟିମରେ ଯୋଧପୁର ଏମ୍ସ ଏବଂ ଜୟପୁର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ବିଶେ​ଷଜ୍ଞ‌ମାନେ ରହିଛନ୍ତି ।

Image Credit : PTI

ଆଜି ରାଜସ୍ଥାନର ଦୁଇ ଜଣ ମନ୍ତ୍ରୀ ରଘୁ ଶର୍ମା ଏବଂ ପ୍ରତାପ ସିଂହ ଏହି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଗତମାସରୁ ଏହି
ହସ୍ପିଟାଲରେ ଶିଶୁମାନଙ୍କର କ୍ରମାଗତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ଏବଂ ଗତ ୩୩ଦିନ ମଧ୍ୟରେ ୧୦୪ ଜଣଙ୍କ ମୃତ୍ୟୁ ଘଟିଛି।

- Advertisement -

ଅନ୍ୟ ପକ୍ଷରେ ବିଏସପି ସୁପ୍ରିମୋ ମାୟାବତୀ ଏହି ଘଟଣା ନେଇ ଅଶୋକ ଗେହେଲଟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁଶୁ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories