କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେ ଲୋକପାଳ ଚୟନ ବୈଠକକୁ ବର୍ଜନ କଲେ
ନୂଆଦିଲ୍ଲୀ: ସଂସଦର ସବୁଠାରୁ ବଡ ବିରୋଧି ଦଳ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ଲୋକପାଳ ଚୟନ ବୈଠକକୁ ବର୍ଜନ କରିଛନ୍ତି । ସରକାରଙ୍କ ଦ୍ୱାରା ଦିଆଯାଇଥିବା ସ୍ୱତନ୍ତ୍ର ନିମନ୍ତ୍ରଣକୁ ସେ ସ୍ୱୀକାର କରି ନାହାନ୍ତି ।
ଗୁରୁବାରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସଂସଦର ବିରୋଧି ଦଳ ନେତାଙ୍କୁ ଲୋକପାଳ ଚୟନ କମିଟିର ସଦସ୍ୟ କରାଯାଇ ନ ଥିବାରୁ ସେ ଏହି ବୈଠକକୁ ବର୍ଜନ କରିଥିବା କଥା କହିଛନ୍ତି । ଏହା ଦ୍ୱାରା ସରକାର ଠିକ୍ କରୁ ନ ଥିବା ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ।