www.samajalive.in
Friday, December 12, 2025
16.1 C
Bhubaneswar

ନୂଆବର୍ଷରେ ଆଖଣ୍ଡଳମଣିଙ୍କ ନିକଟରେ ଶୁଭ ମନାସିଲେ ଅଗଣିତ ଭକ୍ତ

ଆରଡି :  ନୂଆବର୍ଷର ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପହିଲି ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ହଜାର-ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା। ବିଶେଷକରି ଗତକିଛିଦିନ ହେବ ସାରା ରାଜ୍ୟରେ ଶୀତର ଲହରି ଲାଗି ରହିଥିଲେ ମଧ୍ୟ ତାହାକୁ ଖାତିରି ନ କରି ନୂଆବର୍ଷର ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ନିଜର ଓ ନିଜ ପରିବାର ବର୍ଗଙ୍କ ଶୁଭ ମନାସିବା ପାଇଁ ଧାଡିରେ ଯାଇ ମଣିବାବାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ଓ ଭୋଗ ଲାଗି କରିଥିଲେ। ହଜାର-ହଜାର ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସରିବା ପରେ ଫୁଲ,ଚନ୍ଦନ, ବେଲ୍ୱପତ୍ର ଆଦି ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲଭୋଗ ଲାଗି କରାଯାଇଥିଲା।

ସକାଳ ୫ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସାହଣ ମେଲା କରାଯାଇଥିଲା। ସେହିପରି ସକାଳ ୯ଟାରେ ପଅଡଖିଆ ଅନ୍ନନୀତି, ଦିବା ୧ଟାରେ ଯୋଗୀ ବେଶ, ବଡନୀତିଭୋଗ ଓ ଅବକାଶ(ଶୟନ) ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୪ଟାରେ ମନ୍ଦିର ମାର୍ଜନା କରାଯାଇ ମଣିବାବାଙ୍କୁ ବଡସିଂହାର ବଶରେ ସଜ୍ଜିତ କରାଯିବା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ପୁର୍ନବାର ସାହଣ ମେଲା କରାଯାଇଥିଲା। ଅନ୍ୟପଟେ ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ପୀଠର ସମସ୍ତ ଛକ-ବଜାର ଆଦି ଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା ସହିତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ନଦୀଘାଟର ମଟରଚାଳିତ ବୋଟ ଦ୍ୱାରା ପାରି ହୋଇ ଆସୁଥିବା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଉଭୟ ନଦୀଘାଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପ୍ରବେଶ ଦ୍ୱାର ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ତାହାସହ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭକ୍ତମାନଙ୍କୁ ଧାଡିରେ ସହାୟତା କରାଯିବା ସହ ଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ କର୍ମଚାରୀମାନେ ମୁତୟନ ହୋଇଥିଲେ। ସେହିପରି ନୂଆବର୍ଷର ପ୍ରଥମ ଦିନରେ ନୂଆଆଶା ନେଇ ବିଭିନ୍ନ ଦଳର ନେତାମାନଙ୍କ ସହ ଜିଲାର ପ୍ରଶାସନିକ ଅଧିକାରୀ ମଣିବାବାଙ୍କୁ ଦର୍ଶନ କରିବା ସହିତ ପୂଜା ଲାଗି କରିଥିଲେ।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories