www.samajalive.in
Sunday, December 14, 2025
14.1 C
Bhubaneswar

ପୁରୀରେ ବୋମା ମାଡ – ୫ ଆହତ

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ବୁଧବାର ଅପରାହ୍ନରେ ବିବାଦୀୟ ଜମି ଦଖଲକୁ କେନ୍ଦ୍ରକରି ବୋମା ମାଡରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଗୋଡ ଏବଂ ଆଖିରେ ଆଘାତ ଲାଗିଛି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି।

ଏଥିରେ ଗ୍ରାମର କେତେକ ବ୍ୟକ୍ତି ବଇଆ ଭୋଇଙ୍କ ଘର ଜାଳିଦେବା ସହ ୨ଟି ବାଇକ ଭାଙ୍ଗି ଦେଇଛନ୍ତି। ଆହତ ୫ ଜଣଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ ହେଉଛନ୍ତି ସୁକୁମାର ଭୋଇ, ଅକ୍ଷୟ ଭୋଇ, ଅଜୟ ଭୋଇ, ବାସମତି ଭୋଇ ଓ ବୈଷ୍ଣବ ଭୋଇ। ଘଟଣାସ୍ଥଳରେ ବୋମାମାଡ କରିଥିବା ୨ଗୋଷ୍ଠୀ ମଧ୍ୟରେ ଛକାପଞ୍ଚା ଲାଗି ରହିଥିବାରୁ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯାଇଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମ ନିକଟରେ ଥିବା ଏକ ଜମି ଦଖଲକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ବୁଧବାର ଗ୍ରାମର କେତେକ ଲୋକ ଭୋଜି କରିବା ସହ ବାଜା ବଜାଇ ବିବାଦୀୟ ଜମି ଦଖଲ କରିଥିଲେ। ବଇଆଙ୍କ ପରିବାର ଲୋକେ ତାହାକୁ ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ​ହୋଇଥିଲେ। କିଛିସମୟ ପାଇଁ ସଂପୃକ୍ତ ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ବୋମାମାଡ ଶବ୍ଦରେ ଗ୍ରାମ କମ୍ପିଉଠିଥିଲା। ଗୋଷ୍ଠୀ ସଂଘର୍ଷରେ ଢେଙ୍ଗା ସମେତ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର କରାଯାଇଥିଲା। କେତେକ ଲୋକ ବଇଆଙ୍କ ଘର ଭିତରେ ପଶି ୫ଜଣଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ ପକାଇ ଘର ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ପୁଲିସ ପ୍ରାୟ ୨ଘଣ୍ଟା କାଳ ଗ୍ରାମ ଭିତରେ ପଶିପାରି ନଥିଲା। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗିରଫ ଭୟରେ ଷଣ୍ଢପୁର ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ବଡ଼ଧରଣର ଗଣ୍ଡଗୋଳ ଆଶଙ୍କା କରି ପରିସ୍ଥିତି ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଛି। ବିଭିନ୍ନ ସଙ୍ଗୀନ ଦଫାରେ ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ ମୋକଦ୍ଦମା ରୁଜୁ କରିଛି। ଅଭିଯୁକ୍ତମାନେ ଫେରାର ଥିବାରୁ କାହାରିକୁ ଗିରଫ କରାଯାଇ ପାରିନାହିଁ।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories