www.samajalive.in
Thursday, December 11, 2025
18.1 C
Bhubaneswar

କ୍ଷୀରରେ ଘିଅ ମିଶାଇ ପିଇଲେ ମିଳିଥାଏ ଏହି ଚମତ୍କାରୀ ଲାଭ

ଅଧିକାଂଶ ଲୋକଙ୍କୁ ଦେଶୀ ଘିଅ ଖାଇବା ଖୁବ ପସନ୍ଦ। ବିଶେଷ କରି ଶୀତଦିନେ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଲୋକେ ଘିଅରେ ପରଟା, ହାଲୱା , ଆଦି ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର କ୍ଷୀରରେ ଘିଅ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣି ନଥିବେ। ଆୟୁର୍ବେଦ ଅନୁଯାୟୀ, କ୍ଷୀରରେ ଘିଅ ମିଶାଇ ପିଇଲେ ବହୁ ଗମ୍ଭୀର ରୋଗ ଦୂର ହୋଇଥାଏ। ଏହାସହ ହାଡ଼ ମଧ୍ୟ ମଜଭୂତ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ….
ଆୟୁର୍ବେଦ ଅନୁଯାୟୀ, ଏକ ଗ୍ଲାସ କ୍ଷୀରରେ, ଏକ ଚାମଚ ଘିଅ ମିଶାଇ ନିୟମିତ ପିଇବା ଦ୍ୱାରା ଶାରୀରିକ, ମାନସିକ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଗର୍ଭବତୀ ମହିଳା ଏହାର ସେବନ କଲେ ଗର୍ଭସ୍ଥ ଶିଶୁ ସୁସ୍ଥ ଓ ବୁଦ୍ଧିମାନ ହୋଇଥାଏ।
କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଯେଉଁମାନଙ୍କ ପାଚନ ତନ୍ତ୍ର ଦୁର୍ବଳ, ସେମାନେ ନିୟମିତରାତିରେ କ୍ଷୀରରେ ଘିଅ ମିଶାଇ ପିଇବା ଉଚିତ। ଏହାସହ ଏହି ଉପାୟ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ। ଏହି ସମୟରେ ନିଶ୍ଚୟ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ। ଏହା ଖୁବ ଉପକାରୀ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories