www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସ ଅହିଂସା ନୀତିରେ ବିଶ୍ବାସ କରେ: ପିସିସି ସଭାପତି

ଭୁବନେଶ୍ବର: ଗୁରୁବାର ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ ବେଳେ ହିଂସା କରିବାକୁ ଉସୁକାଉ ଥିବା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଶୁକ୍ରବାର ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ନବରଙ୍ଗପୁର ପୁଲିସ ନିଜ ତରଫରୁ ମାମଲା ରୁଜୁ କରିଛି।

ପ୍ରଦୀପ ମାଝିଙ୍କ ମନ୍ତବ୍ୟକୁ ନେଇ ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିଛି। ଏହି ଘଟଣାରେ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କଂଗ୍ରେସ ଦଳ କେବେ ହିଂସାର ଆଶ୍ରୟ ନିଏ ନାହିଁ। ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରେ କଂଗ୍ରେସ ଅନୁପ୍ରାଣିତ। ପ୍ରଦୀପଙ୍କ ବୟାନ ତାଙ୍କ ବ୍ୟକ୍ତିଗତ, କଂଗ୍ରେସ ଦଳର ନୁହେଁ।

- Advertisement -

ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ସେ ଭାବବିହ୍ବଳ ହୋଇ ଯେଉଁ କଥା କହିଛନ୍ତି ତାହା ଦୁଃଖର ବିଷୟ। ପିସିସି ସଭାପତି ଭାବେ ମୁଁ ଏଥିରେ ଦୁଃଖ ପ୍ରକାଶ କରୁଛି। ଆମେ ଅହିଂସା ନୀତିରେ ବିଶ୍ବାସ କରୁ।

ଏହା ସହ ପ୍ରଦୀପଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ନିରଞ୍ଜନ କହିଛନ୍ତି ଯେ, ପ୍ରଦୀପଙ୍କ ନାମରେ ମାମଲା ରୁଜୁ କରାଯାଇ ରାଜନୀତି କରାଯାଉଛି।

ଅପରପକ୍ଷରେ ଥାନାରେ ଏତଲା ହୋଇଥିବା ପ୍ରସଙ୍ଗକୁ ନେଇ ଖୋଦ୍ ପ୍ରଦୀପ ମାଝି ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ଆମେ ଭୟଭୀତ ନୁହେଁ। ଏହା ରାଜ୍ୟ ସରକାରଙ୍କ ଓ ଗୃହ ବିଭାଗର ଏକ ନୀତି। କେହି ଉଚିତ୍ ପ୍ରଶ୍ନ ଉଠାଇଲେ ଦମନଲୀଳା ଚଳାଇବା ତାଙ୍କ ନୀତି। ମୁଁ ଜବାବ ମାଗିଛି, ସରକାର ଜବାବ ନଦେଲେ ମୁଁ ଜବାବ ଦେବି। ୧୫ ଜଣଙ୍କ ନାମରେ କାହିଁକି ପୁରା ଜିଲାବାସୀଙ୍କ ନାମରେ ଏତଲା ଦିଅନ୍ତୁ।

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories