www.samajalive.in
Thursday, December 11, 2025
23.1 C
Bhubaneswar

ଟୋକିଓ ଅଲମ୍ପିକ୍ସ ପରେ ଅବସର ନେବେ ଲିଆଣ୍ଡର ପେସ୍‍

କଲକାତା : ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମସିହାରେ ଟେନିସ୍‌ ଜଗତରୁ ସନ୍ନ୍ୟାସ ନେବେ ଭାରତୀୟ ପୁରୁଷ ଖେଳାଳି ଲିଆଣ୍ଡର ପେସ୍‌। ୧୯୯୧ରୁ ଟେନିସ୍ କ୍ୟାରିୟର ଆରମ୍ଭ କରିଥିବା ପେସ୍‌ ଦୀର୍ଘ ୨୯ ବର୍ଷ ପରେ ଟେନିସ୍‌ ଜଗତରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି।
ପବିତ୍ର ବଡ଼ଦିନ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇ ୪୬ ବର୍ଷୀୟ ପେସ୍‌ କହିଛନ୍ତି ୨୦୨୦ ମସିହାରେ ଟେନିସ୍‌ ଜଗତରୁ ସନ୍ନ୍ୟାସ ନେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘବର୍ଷ ହେବ ଟେନିସ୍‌ ଖେଳିବା ସମୟ​‌େ​‌ର ତାଙ୍କୁ ପ୍ରଶଂସକମାନେ ଯେଉଁ ସମର୍ଥନ କରି ଆସିଛନ୍ତି ତାହାକୁ ସେ କେବେ ବି ଭୁଲି ପାରିବେ ନାହିଁ। ତାଙ୍କୁ ଟେନିସ୍‌ ଖେଳାଳି ଭାବେ ଗଢ଼ି ତୋଳିବାକୁ ପିତାମାତା ଯେଉଁ ପ୍ରକାର ସମର୍ଥନ, ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ପେସ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ତାଙ୍କ ଭଉଣୀ ତାଙ୍କ ନିମନ୍ତେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଥିଲେ ବୋଲି ପେସ୍‌ ମତ ଦେଇଛନ୍ତି। ୨୦୨୦ରେ ସେ ହାତଗଣତି କେତେକ ଟୁର୍ଣ୍ଣାମେଣ୍ଟ ଖେଳି ସନ୍ନ୍ୟାସ ଘୋଷଣା କରିବେ ବୋଲି ପେସ୍‌ ସୂଚନା ଦେଇଛନ୍ତି।
ସୂଚନାଥାଉକି ପେସ୍‌ ନିଜ କ୍ୟାରିୟରରେ ମୋଟ୍‌ ୧୮ଟି ଗ୍ରାଣ୍ଡସ୍ଲାମ୍‌ ଡବଲ୍‌ସ ଟାଇଟଲ୍‌ ହାସଲ କରିଥିଲେ। ସେଥିମଧ୍ୟରେ ପୁରୁଷ ଡବଲ୍‌ସରେ ୮ ଓ ମିକ୍ସଡ ଡବଲ୍‌ସରେ ୧୦ଟି ଟାଇଟଲ୍‌ ରହିଥିଲା। ​‌େ​‌ତ​‌େ​‌ବ ଗତ କିଛିବର୍ଷ ହେବ ପେସ୍ ପୂର୍ବପରି ପ୍ରଦର୍ଶନ କରିବାରେ ବିଫଳ ହେବା ସହ ତାଙ୍କ ମାନ୍ୟତାରେ ବ୍ୟାପକ ଅବନତି ପରିଲକ୍ଷିତ ହୋଇଥିଲା। ସେହିପରି ଡବଲ୍‌ସ ଟୁର୍ଣ୍ଣାମେଣ୍ଟରେ ଖେଳିବା ନିମନ୍ତେ ପାର୍ଟନର ଖୋଜିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ପେସ୍। କିଛିଦିନ ତଳେ ଭାରତୀୟ ଡେଭିସ୍‌ କପ୍‌ ଦଳରେ ସାମିଲ ହୋଇ ପେସ୍‌ ପାକିସ୍ତାନ ବିପକ୍ଷ ଡବଲ୍‌ସ ମ୍ୟାଚ୍‌ରେ ଜିତି ନୂଆ ରେକର୍ଡ ସୃଷ୍ଟି କରିଥିଲେ।
ପେସ୍‌ ଜୁନିୟର ୱିମ୍ବିଲଡନ ଓ ୟୁଏସ୍‌ ଓପନ୍‌ ଟାଇଟଲ୍‌ ହାସଲ କରିଥିଲେ। ୧୯୯୬ ମସିହାରେ ଆୟୋଜିତ ଆଟଲାଣ୍ଟା ଅଲିମ୍ପିକ୍‌ସରେ ସେ ପୁରୁଷ ସିଙ୍ଗଲ୍‌ସରେ ବ୍ରୋଞ୍ଜ୍‌ ପଦକ ଜିତି
ଥିଲେ। ତାଙ୍କୁ ୧୯୯୬ରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୯ରେ ସେ ମହେଶ ଭୂପତିଙ୍କ ସହ ଡବଲ୍‌ସରେ ପାର୍ଟନରସିପ୍‌ କରି ଶୀର୍ଷ ମାନ୍ୟତା ହାସଲ କରିଥିଲେ।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories