www.samajalive.in
Monday, December 8, 2025
27.1 C
Bhubaneswar

ସାଢେ ୪ କୋଟି ଓଡିଆଙ୍କ ସେବା କରିବା ବିଜେଡିର ଲକ୍ଷ୍ୟ: ନବୀନ

ଭୁବନେଶ୍ବର: ସାଢେ ୪ କୋଟି ଓଡିଶାବାସୀଙ୍କ ସେବା କରିବା ବିଜୁ ଜନତା ଦଳର ଏକ ମାତ୍ର ଲକ୍ଷ୍ୟ। ଓଡିଶାବାସୀଙ୍କ ସେବା ଏବଂ ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରାଥମିକତା ଦେଇ ବିଜେଡି କାର୍ଯ୍ୟକରୁଛି ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖି କହିଥିଲେ‘ ସାଢେ ୪ କୋଟି ଓଡିଆ ଆମର ପରିବାର,ବିଜେଡି କେବଳ କ୍ଷମତାର ଲୋଭରେ ନିର୍ବାଚନ ଲଢିନାହିଁ ଲୋକଙ୍କ ସେବାକରିବାକୁ ନିର୍ବାଚନ ଲଢିଛି। ବିଜେଡି ଓଡିଶାବାସୀଙ୍କୁ ସେବା ଯୋଗାଇବା ଏବଂ ସଶକ୍ତିକରଣ କରିବା ପାଇଁ କାର୍ଯ୍ୟକରୁଛି। ବିଜେଡି ଏକ ଦଳ ହୋଇ ନାହିଁ ଏହା ଏକ ଆନ୍ଦେଳନରେ ପରିଣତ ହୋଇସାରିଛି। ଏହି ଅବସରରେ ନବୀନ ପଟ୍ଟନାୟକ ବହୁଦିନରୁ ସାରା ଓଡିଶାରେ ଚର୍ଚା ହେଉଥିବା ‘ନବୀନଙ୍କ ବିନା ବିଜେଡି ଅସ୍ତିତ୍ବହୀନ’ ଉପରୁ ପରଦା ଉଠାଇଛନ୍ତି। ନବୀନ କହିଛନ୍ତି ‘ବିଜେଡି ବଞ୍ଚି ରହିବା ପାଇଁ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ ଏପରିକି ମୋ ଉପରେ ମଧ୍ୟ ନୁହେଁ’ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି କାର୍ଯ୍ୟ କର୍ଯ୍ୟକରୁଛି। ପ୍ରତିଷ୍ଠା ଦିବସ ଅବସରରେ ନବୀନ ଦଳର କର୍ମକର୍ତ୍ତାଙ୍କୁ ଅହିଂସାର ମନ୍ତ୍ର ଦେବା ସହ ସେବା ଦ୍ବାରା ଲୋକଙ୍କ ହୃଦୟ ଜିତିବାକୁ ପରାମର୍ଶ ଦେଇଥିଲେ।

- Advertisement -

ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟକାର୍ଯ୍ୟାଳୟରେ ଆୟୋଜିତ ସଭାରେ ବହୁ ବରିଷ୍ଠ ନେତା ଯୋଗ ଦେଇ ବିଜୁ ପଟ୍ଟନାୟକ ସ୍ମୃତିଚାରଣ କରିବା ​‌ସହ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ।

ସୂଚନାଯୋଗ୍ୟ ୧୯୯୭ ଡିସେମ୍ବର ୨୬ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା ବିଜେଡି। ଏହାପରଠୁ ବିଜେଡି ରାଜ୍ୟର ବିଭିନ୍ନ ନିର୍ବାଚନରେ ସଫଳତା ସହ ବିଜୟୀ ହୋଇଚାଲିବା ସହ ପ୍ରାୟ ୧୯ ବର୍ଷରୁ ଉର୍ଦ୍ଧହେବ ରାଜ୍ୟରେ ଶାସନ କରିଆସୁଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories