www.samajalive.in
Monday, December 8, 2025
24.1 C
Bhubaneswar

ନାଗରିକତା ଆଇନ ଓ ଏନଆରସି ସମର୍ଥନରେ ଆମେରିକାରେ ଶୋଭାଯାତ୍ରା

ୱାଶିଂଟନ: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ସମଥର୍ନରେ ଆମେରିକାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଉଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଆଇନ ସମ୍ପର୍କରେ ଭୁଲ ସୂଚନା, ମିଥ୍ୟା ଏବଂ ଅପପ୍ରଚାର ଦୂର କରିବା ଲାଗି ଆମେରିକାର ବିଭିନ୍ନ ସହରରେ ଶୋଭାଯାତ୍ରା କରୁଛନ୍ତି।

ଶୋଭାଯାତ୍ରାର ଆୟୋଜନକାରୀ କହିଛନ୍ତି ଯେ, ଆଇନ ବିଷୟରେ ଭୁଲ ସୂଚନା ଏବଂ ମିଥ୍ୟା ପ୍ରଚାର ବନ୍ଦ କରିବା ସହିତ ଘୃଣା ସୃଷ୍ଟି କରାଯାଉଥିବାରୁ ଏହାର ବିରୋଧ କରିବା ଶୋଭାଯାତ୍ରାର ମୂଳ ଉଦ୍ଦେଶ୍ୟ। ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନେ ସିଏଟଲ, ୱାଶିଂଟନ, ହଷ୍ଟନ ଏବଂ ଭାରତୀୟ ବାଣିଜ୍ୟ ଦୂତାବାସ ସମ୍ମୁଖରେ ସମର୍ଥନ ରାଲି କରିଛନ୍ତି। ଡବଲିନ, ଓହିୟୋ ଏବଂ ଉତ୍ତର କେରୋଲିନାରେ ବି ରାଲି କରାଯାଇଛି। ଆଗକୁ ଡଲାସ, ଶିକାଗୋ, ସାନ୍‌ଫ୍ରାନ୍‌ସିସ୍କୋ, ନ୍ୟୁୟର୍କ ସିଟି, ୱାଶିଂଟନ ଡିସି, ଅଟଲାଣ୍ଟା, ସାନ ଜୋଶ ଆଦି ସ୍ଥାନରେ ରାଲି କରାଯିବ ବୋଲି କୁହାଯାଇଛି। ଡବଲିନ ଓହିୟୋରେ ରାଲିର ଆୟୋଜକ ବିନୀତ ଗୋୟଲ କହିଛନ୍ତି ଯେ, ଆମେ ସିଏଏ ଏବଂ ଏନଆରସି ବିଷୟରେ ଇସଲାମିକ ଏବଂ ବାମପନ୍ଥୀ ସଂଗଠନଗୁଡ଼ିକରେ ସୃଷ୍ଟି ହେଉଥିବା ଭୟକୁ ଦୂର କରିବା ପାଇଁ ଏହି ରାଲି କରୁଛୁ।

- Advertisement -

ସୂଚନାଯୋଗ୍ୟ, ସଂସଦରେ ଯେବେଠାରୁ ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହୋଇଛି, ସେବେଠାରୁ ଭାରତରେ ବିକ୍ଷୋଭ ପ୍ରଦର୍ଶନ ସହିତ ହିଂସା ଜାରି ରହିଛି। ଏହା ମଧ୍ୟରେ ଗତ ମଙ୍ଗଳବାର କେନ୍ଦ୍ର ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ମଞ୍ଜୁରୀ ଦେଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories