www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତି କି, ଭାରତର କେଉଁଠି ଓ କିପରି ଆରମ୍ଭ ହୋଇଥିଲା ଖ୍ରୀଷ୍ଟ ଧର୍ମର ପ୍ରଚାର ?

ଭାରତରେ ଅନେକ  ଖ୍ରୀଷ୍ଟ ଧର୍ମାବଲମ୍ବୀ ବାସ କରନ୍ତି । ଓଡିଶା ସମେତ ଗୋଆ, କେରଳ ଏବଂ ମିଜୋରମରେ ଅଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଦେଖିବାକୁ ମିଳେ । ଏହି ତିନୋଟି ସହର ମଧ୍ୟରୁ କେରଳରେ ସବୁଠୁଁ ଅଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ ରହୁଛନ୍ତି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଗୋଷ୍ଠୀ ରହିଛନ୍ତି । ସେଗୁଡିକ ହେଲା କ୍ୟାଥୋଲିକ, ବାପ୍ଟିଷ୍ଟ, ପ୍ରୋଟେଷ୍ଟାଣ୍ଟ୍ ଏବଂ ଓର୍ଥୋଡକ୍ସ ।
ଭାରତରେ ପ୍ରାୟ ୭୩ ପ୍ରତିଶତ ଖ୍ରୀଷ୍ଟ ଧର୍ମାଲମ୍ବୀ କ୍ୟାଥୋଲିକ ଅଛନ୍ତି । ଏତତ୍ ବ୍ୟତୀତ ସିରିୟନ ଖ୍ରୀଷ୍ଟିୟାନ, ଗୋୟନ ଖ୍ରୀଷ୍ଟିୟାନ, ତାମୀଲ ଖ୍ରୀଷ୍ଟିୟାନ, ଶ୍ବେତାଙ୍ଗ ଖ୍ରୀଷ୍ଟିୟାନ ଓ ନାଗା ଖ୍ରୀଷ୍ଟିୟାନ ରହିଛନ୍ତି । ଏମାନଙ୍କ ଭାଷା, ସସ୍କୃତି ଏବଂ ଆର୍ଥିକ ସ୍ଥିତି ପରସ୍ପରଠାରୁ ଅଲଗା ।
ଭାରତର କେଉଁଠି ଓ କିପରି ଆରମ୍ଭ ହୋଇଥିଲା ଖ୍ରୀଷ୍ଟ ଧର୍ମର ପ୍ରଚାର ?
ମାନ୍ୟତା ଅନୁଯାୟୀ, ଭାରତର କେରଳ ରାଜ୍ୟର ତଟବର୍ତ୍ତୀ ସହର କ୍ରାଙ୍ଗାନୋରରେ ସର୍ବପ୍ରଥମେ ଖ୍ରୀଷ୍ଟଧର୍ମର ପ୍ରଚାର ଆରମ୍ଭ ହୋଇଥିଲା। ଯୀଶୁ ଖ୍ରୀଷ୍ଟଙ୍କ ୧୨ ଜଣ ପ୍ରମୁଖ ଶିଷ୍ୟଙ୍କ ମଧ୍ୟରୁ ଜଣେ ଶିଷ୍ୟ ସେଣ୍ଟ ଥୋମସ୍ କେରଳର କୋଡୁଙ୍ଗଲୁର କୁ ଆସିଥିଲେ । ଭାରତ ଆସିବା ପରେ ଥୋମସ ୭ଟି ଚର୍ଚ୍ଚ ନିର୍ମାଣ କରିଥିଲେ । ଏହା ସହ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଏହି ଧର୍ମରେ ଦୀକ୍ଷିତ କରାଇଥିଲେ । ଏହା ପରେ ବିଭିନ୍ନ ବିବାଦ ଯୋଗୁଁ ସେ ଭାରତର ପୂର୍ବତଟ ଦେଇ ଚୀନ ପଳାଇଥିଲେ । ପରେ ସେ ପୁଣି ଭାରତ ଫେରି ମନ୍ଦ୍ରାସ ଅର୍ଥାତ୍ ବର୍ତ୍ତମାନର ଚେନ୍ନାଇରେ ପହଞ୍ଚି, ସେଠାରେ ଖ୍ରୀଷ୍ଟ ଧର୍ମର ପ୍ରଚାର କରିଥିଲେ । ହେଲେ ଚେନ୍ନାଇର ଲୋକମାନେ ଏହି ନୂଆ ଧର୍ମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । 
ଶୁଣିବାକୁ ମିଳେ ଯେ, ଥୋମସଙ୍କ ଉପରେ ଚେନ୍ନାଇ ବାସିନ୍ଦା ବହୁତ ଅତ୍ୟାଚାର କରିଥିଲେ । ପରେ ଏକ ଗୁମ୍ପାରେ ତାଙ୍କୁ ହତ୍ୟା କରାଯାଇଥିଲା । ଚେନ୍ନାଇର ସେହି ସ୍ଥାନ ଆଜି ବି ଥୋମସ ମାଉଣ୍ଟ ନାମରେ ପ୍ରସିଦ୍ଧ । ୧୫୨୩ ମସିହାରେ ପର୍ତ୍ତୁଗୀଜମାନେ ତାଙ୍କ ସମାଧି ସ୍ଥାନରେ ଚର୍ଚ୍ଚ ନିର୍ମାଣ କରିଥିଲେ ।
ଯେଉଁ ସମୟରେ ସେଣ୍ଟ ଥୋମସ ଭାରତ ଆସିଥିଲେ, ସେହି ମସୟରେ ୟୁରୋପିୟ ଦେଶରେ ଖ୍ରୀଷ୍ଟ ଧର୍ମ ପ୍ରଚାର ହୋଇନଥିଲା। ତେଣୁ ୟୁରୋପିୟ ଦେଶରେ ଖ୍ରୀଷ୍ଟ ଧର୍ମର ପ୍ରଚାର ପୂର୍ବରୁ ଭାରତରେ ଏହାର ପ୍ରଚାର ହୋଇଥିଲା ବୋଲି କୁହାଯାଏ ।
ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories