www.samajalive.in
Wednesday, December 10, 2025
26.1 C
Bhubaneswar

ବଦଳୁଛି ଡ଼େବ୍ରିଗଡ଼ ଅଭୟାରଣ୍ୟର ରୁପରେଖ; ନୌକାବିହାର ମଜା ନେବେ ପର୍ଯ୍ୟଟକ

ବୁର୍ଲା: ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବନ୍ୟ ବିଭାଗ ପକ୍ଷରୁ ଡେବ୍ରିଗଡ଼ ଅଭୟାରଣ୍ୟର ହୀରାକୁଦ ନଦୀବନ୍ଧ ହ୍ରଦରେ ନୌକାବିହାର ଆରମ୍ଭ ହୋଇଯାଇଛି। ଏଥିପାଇଁ ବର୍ତ୍ତମାନ ମାତ୍ର ଗୋଟିଏ ନୌକାକୁ ପର୍ଯ୍ୟଟକଙ୍କୁ ହ୍ରଦରେ ଭ୍ରମଣ କରାଇବା କାମରେ ନିୟୋଜିତ କରାଯାଇଛି । ପୁଣି ନୂତନ ଭାବରେ ଚାରୋଟି ନୌକା ପର୍ଯ୍ୟଟକଙ୍କ ପାଇଁ ଆସିଯାଇଛି। ଏହାର ପଞ୍ଜିକରଣ ହେବା ପରେ ପ୍ରାୟ ଦଶ ଜଣଙ୍କ ବସିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ନୌକା ପର୍ଯ୍ୟଟକଙ୍କୁ ହ୍ରଦ ଭ୍ରମଣର ଅପୂର୍ବ ଆନନ୍ଦ ପ୍ରଦାନ କରିପାରିବ। ସେପଟେ ସୋଭେନିୟର ସପ୍ ପ୍ରତି ପର୍ଯ୍ୟଟକ ମାନେ ବିଶେଷ ଭାବରେ ଆକର୍ଷିତ ହେଉଛନ୍ତି। ପଶୁପକ୍ଷୀଙ୍କ ବିଷୟରେ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭ୍ୟର୍ଥନା ଗୃହର ବ୍ୟବସ୍ଥା କରାଯାଇଛି ଯାହାକି କିଛିଦିନ ମଧ୍ୟରେ ଆରମ୍ଭ ହୋଇଯିବ।

ବର୍ତ୍ତମାନ ଗୋଟିଏ ମାତ୍ର ନୌକାରେ ଛଅଜଣଙ୍କ ପାଇଁ ବସିବା ବ୍ୟବସ୍ଥା ରହିଥିବା ଯନ୍ତ୍ର ଚାଳିତ ନୌକାକୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଲଗାଯାଇଛି। ଏଥିରେ ହ୍ରଦର କୂଳରେ ପ୍ରାୟ ୩୦ରୁ ୪୦ ମିନିଟ ସମୟ ମଧ୍ୟରେ ନୌକା ବିହାରର ସୁବିଧା କରାଯାଇଛି। ବୋଟରେ ଥରକେ ଛଅ ଜଣ ପର୍ଯ୍ୟଟକଙ୍କ ସହିତ ଜଣେ ଗାଇଡ଼ ରହିଛନ୍ତି। ପ୍ରାୟ ୪ରୁ ୫ କିମି ପାଣି ମଧ୍ୟରେ ପର୍ଯ୍ୟଟକମାନେ ଭ୍ରମଣ କରୁଛନ୍ତି। ସମସ୍ତ ପର୍ଯ୍ୟଟକ ମାନଙ୍କୁ ଲାଇଫ୍ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କମ୍ୟୁନିଟି ଆଧାରିତ ଏହି ନୌକା ବିହାର ପାଇଁ ଗୋଟିଏ ଟ୍ରିପ ପାଇଁ ଜଣେ ପର୍ଯ୍ୟଟକଙ୍କ ଏକ ଶହ ଟଙ୍କା ପୈଠ କରିବାକୁ ପଡ଼ୁଛି। ହୀରାକୁଦକୁ ବନ୍ୟ ବିଭାଗ ପକ୍ଷରୁ ଚାରୋଟି ନୂତନ ଯନ୍ତ୍ରଚାଳିତ ନୌକା ଆସି ଯାଇଛି। ପଞ୍ଜିକରଣ କରାଗଲେ ଏହା ପର୍ଯ୍ୟାଟକଙ୍କ ସେବାରେ ଲାଗି ପାରିବ ପ୍ରତି ନୌକାରେ ଦଶଜଣ ଲେଖାଏଁ ପର୍ଯ୍ୟାଟକ ଭ୍ରମଣ କରି ପାରିବେ । ସେପଟେ ଏକ ସୋଭେନିୟର ସପ୍ ଖୋଲାଯାଇଛି। ଏହି ସପରେ ଡ଼େବ୍ରିଗଡ଼ ଅଭୟାରନ୍ୟର ଲୋଗୋ ରହିଥିବା ପାଣିବୋତଲ, ଜାକେଟ, ଟି ସାର୍ଟ, ବିଭିନ୍ନ  ସୁନ୍ଦର ସୁନ୍ଦର ରକମ ରକମର ଟୋପି ତଥା ଅନ୍ୟାନ୍ୟ ସାମଗ୍ରୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ବ୍ୟବସ୍ତିତ କରାଯାଇଛି। ଏହି ସାମଗ୍ରୀମାନ ପର୍ଯ୍ୟଟକଙ୍କ ପାଇଁ ଡ଼େବ୍ରିଗଡ଼ ଅଭୟାରନ୍ୟକୁ ଆସିବାର ସ୍ମୃତିଚିହ୍ନ ଭାବରେ ଚିର ସ୍ମରଣୀୟ ହୋଇ ରହିବା ସହିତ ଏହି ଅଭୟାରନ୍ୟର ପ୍ରଚାର ପ୍ରସାର ଦିଗରେ ମଧ୍ୟ ଏହି ସାମଗ୍ରୀମାନ ସହାୟକ ହେଉଛି। ସେପଟେ ବର୍ତ୍ତମାନ ଏଠାକୁ ଦୁର ଦୁରାନ୍ତରରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ମଧ୍ୟରେ ରହୁଥିବା ପଶୁପକ୍ଷୀ ପତଙ୍ଗ ସରିସୃପ ଏବଂ ଅନ୍ୟାନ୍ୟ ଜୀବଯନ୍ତୁ ମାନଙ୍କ ବିଷୟରେ ଏକ ଦଶ ମିନିଟର ପ୍ରଶିକ୍ଷଣ ତଥା ସମ୍ୟକ ତଥ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ। ଏହା କିଛିଦିନ ମଧ୍ୟରେ ଚଳିତ ଶୀତଋତୁରେ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ପର୍ଯ୍ୟଟକଙ୍କ ମାତ୍ରା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଫଳରେ ପର୍ଯ୍ୟାଟକଙ୍କୁ ଜଙ୍ଗଲ ସଫାରୀ ଯାନ ଅଣ୍ଟୁ ନାହିଁ ତେଣୁ ଏହାକୁ ଦୃଷ୍ଟିରେ ରଖାଯାଇ ଅଧିକ ମାତ୍ରାରେ ଖୋଲା ହୋଇଥିବା ଯାନର ବ୍ୟବସ୍ଥା ଜଙ୍ଗଲ ସଫାରୀରେ କରାଯିବା ପାଇଁ ଯୋଜନା କରାଯାଉଥିବା ରେଞ୍ଜର ଉଦିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories