www.samajalive.in
Sunday, December 7, 2025
14.1 C
Bhubaneswar

କରଞ୍ଜିଆ ଉପଖଣ୍ଡରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ପନିପରିବା

ଶୁକୃଲି: ଦୀର୍ଘ ୪ ମାସ ଧରି କରଞ୍ଜିଆ ଉପଖଣ୍ଡରେ ହାତୀପଲ ଉପଦ୍ରବ ଲାଗି ରହିଛି। ଏବେ ଗାଁ ଓ ସହର ଅଭିମୁଖେ ହୋଇଛନ୍ତି ହାତୀପଲ । ଏବେ ହାତୀପଲଙ୍କ ଟାର୍ଗେଟରେ ଧାନ ଖଳା। ଚାଷୀମାନେ ଧାନ ଅମଳ କରି ଖଳାରେ ରଖିଥିବା ବେଳେ ରାତିରେ ହାତୀପଲ ଖଳାରେ ପଶି ଧାନ ଖାଉଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତ୍ରରେ ହାତୀପଲ ଶୁକୃଲି ବ୍ଳକର ପଣିସି ଗାଁରେ ତାଣ୍ଡବଲୀଳା ମଚାଇଥିଲେ। ଖଳାରେ ଧାନ ଖାଇବା ସହିତ ଘର ମଧ୍ୟ ଭାଙ୍ଗି ଦେଇଥିଲେ। ପ୍ରତ୍ୟେକ ଦିନ ହାତୀପଲ ଘର ନଷ୍ଟ କରିଥିବାରୁ ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୃଥକ ପୃଥକ ଭାଗରେ ଥିବା ହାତୀପଲରେ ମୋଟ୍ ୨୨ଟି ହାତୀ ରହିଥିଲେ। ଗୋଟିଏ ହାତୀପଲ ଏବେ ଘରମାବେଡା ଜଙ୍ଗଲରେ ରହିଥିବା ଜଣାପଡିଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories