www.samajalive.in
Sunday, December 7, 2025
14.1 C
Bhubaneswar

ବିମାନରେ ଧାରଣା ଦେଇ ଯାତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ନିଜର ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହୁଥିବା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ପୁଣି ଥରେ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି। ଏକ ବିମାନରେ ଯାତ୍ରା ସମୟରେ ସିଟ୍‌କୁ ନେଇ ପ୍ରଜ୍ଞା ଯାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯାତ୍ରୀ ସାଂସଦ ପ୍ରଜ୍ଞାଙ୍କୁ କହୁଛନ୍ତି ଯେ, ଆପଣଙ୍କୁ ଲଜ୍ଜା ନାହିଁ, ଆପଣ ଏପରି ବ୍ୟବହାର କରୁଛନ୍ତି।

ଦିଲ୍ଲୀରୁ ଭୋପାଳ ଯାଉଥିବା ସ୍ପାଇସଜେଟ୍‌ର ଏକ ବିମାନରେ ସିଟ୍‌କୁ ନେଇ ପ୍ରଜ୍ଞା ଠାକୁର ଏବଂ ବିମାନ କର୍ମଚାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସିଟ୍‌କୁ ନେଇ ପ୍ରଜ୍ଞା ଠାକୁର ବିମାନ ଭିତରେ ଧାରଣାରେ ବସିଲେ। ଏହା ଦେଖି ଯାତ୍ରୀମାନେ ପ୍ରଜ୍ଞାଙ୍କୁ ସମାଲୋଚନା କରିଥିଲେ ଏବଂ ତାଙ୍କ ଏପରି ବ୍ୟବହାରକୁ ନିନ୍ଦା କରିଥିଲେ। ଜଣେ ଯାତ୍ରୀ ପ୍ରଜ୍ଞାଙ୍କ ଉପରେ ବିରକ୍ତ ହୋଇ କହିଥିଲେ ଯେ, ଆପଣ ତ ଜଣେ ନେତା। କିନ୍ତୁ ଆପଣ ଲୋକମାନଙ୍କୁ ହିଁ ହଇରାଣ କରୁଛନ୍ତି। ଆପଣଙ୍କୁ ଟିକେ ଲାଜ ଲାଗୁନି, ଆପଣଙ୍କ ଯୋଗୁ ୫୦ ଜଣଙ୍କୁ ସମସ୍ୟା ହେଉଛି। ଏହା ପରେ ପ୍ରଜ୍ଞା ତାଙ୍କୁ ଠିକ୍‌ ଭାଷାରେ କଥା କହିବାକୁ କହିଥିଲେ।

- Advertisement -

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories