www.samajalive.in
Monday, December 8, 2025
24.1 C
Bhubaneswar

ନାଗରିକତା ଆଇନକୁ ନେଇ ଆରଜେଡିର ବିହାର ବନ୍ଦ, ମଇଁଷିଙ୍କୁ ଧରି ରାସ୍ତାକୁ ଓହ୍ଲାଇଲେ ବିକ୍ଷୋଭକାରୀ

ପଟନା: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନଆରସି) ବିରୋଧରେ ବିହାରରେ ଆନ୍ଦୋଳନ ତେଜିଛି। ଶନିବାର ଆରଜେଡି ପକ୍ଷରୁ ବିହାର ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ମହାମେଣ୍ଟର ସହଯୋଗୀ ଦଳଗୁଡ଼ିକ ବି ଆରଜେଡିକୁ ସମର୍ଥନ କରିଛନ୍ତି। ବନ୍ଦ ସମୟରେ କୌଣସି ହିଂସା ଆଶଙ୍କାରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ବିକ୍ଷୋଭକାରୀଙ୍କର ଯଦି କୌଣସି କ୍ଷତି କରେ ତେବେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ଆରଜେଡି ନେତା ତଥା ତେଜସ୍ବୀ ଯାଦବ କଡ଼ା ଚେତାବନୀ ଦେଇଛନ୍ତି।

ବିହାରର ହାଜିପୁରରେ ଆରଜେଡି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନକାରୀମାନେ ହାଜିପୁର-ମୁଜଫରପୁର ୨୨ ନମ୍ବର ଜାତୀୟ ରାଜପଥର ଭଗବାନପୁରଠାରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ଏହା ସହିତ ଆରଜେଡି କାର୍ଯ୍ୟକର୍ତ୍ତାମାନେ ମଇଁଷିମାନଙ୍କୁ ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମଇଁଷିଙ୍କ ଶରୀରରେ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ସିଏଏକୁ କଳା ଆଇନ ବୋଲି ଦର୍ଶାଯାଇଛି। ଏହି କଳା ଆଇନ ଚଳିବ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

- Advertisement -

ଅନ୍ୟପଟେ ତେଜସ୍ବୀ ଯାଦବ ନିଜକୁ ଗାନ୍ଧୀବାଦୀ ଦର୍ଶାଇ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି ବୋଲି କହିଛନ୍ତି। ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି। କ୍ଷମତାରେ ଥିବା ବ୍ୟକ୍ତିକୁ ସ୍ଥିର କରିବାକୁ ହେବ ସେ କିପରି ଏହାର ପରିଚାଳନା କରିବ। ନାଗରିକତା ସଂଶୋଧନ ଆଇନ ଅସମ୍ବିଧାନିକ ଏବଂ ମାନବସମାଜ ବିରୋଧୀ ବୋଲି ତେଜସ୍ବୀ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories