www.samajalive.in
Thursday, December 11, 2025
16.1 C
Bhubaneswar

ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କ୍ଷେତ୍ରରେ ଭାରତ ଶୀର୍ଷରେ

ନୂଆଦିଲ୍ଲୀ: ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ପ୍ୟାରିସ୍‍ ବୁଝାମଣା ଅନୁଯାୟୀ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଶୀର୍ଷ ସ୍ଥାନରେ ରହିଛି ଏବଂ ଭାରତ ଖୁବ୍‍ ଶୀଘ୍ର ଏହି ଲକ୍ଷ୍ୟ ହାସଲ କରିବ। ନୂଆଦିଲ୍ଲୀଠାରେ ଆଜି ଅପରାହ୍ଣରେ ଗଣମାଧ୍ୟମକୁ ଉଦବୋଧନ ଦେଇ ଜାଭଡେକର କହିଛନ୍ତି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପାଇଁ ଭାରତ ନିମନ୍ତେ ୩୫ ପ୍ରତିଶତ ସୂଚକାଙ୍କ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ୨୧ ପ୍ରତିଶତରେ ପହଞ୍ଚିଛି। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସଂରକ୍ଷଣ ନେଇ ଭାରତର ପଦକ୍ଷେପକୁ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୫ତମ ଅଧିବେଶନରେ ଉଚ୍ଚ ପ୍ରଶଂସା କରାଯାଇଛି।

ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀକରଣୀୟ ଶକ୍ତିର ବ୍ୟବହାର ଲକ୍ଷ୍ୟ ୧୭୫ ଜିଗାୱାଟ୍‍ରୁ ୪୫୦ ଜିଗାୱାଟ୍‍କୁ ବୃଦ୍ଧି କରିଛନ୍ତି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟାନ୍ୱୟନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେଣୁ ଭାରତ ଏକ ସଙ୍ଗେ ସୌର, ବାୟୋମାସ ଏବଂ ପବନ ଶକ୍ତି ବ୍ୟବହାର କରିବା କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରିଛି। ସେହିପରି ଭାରତର ଜଙ୍ଗଲ ବ୍ୟାପକତା ଗତ ୫ ବର୍ଷ ମଧ୍ୟରେ ୧୩ହଜାର ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ଜାଭଡେକର କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories