www.samajalive.in
Wednesday, December 10, 2025
18.1 C
Bhubaneswar

ମୋବାଇଲ ଫୋନ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ ୩୧୫% ବୃଦ୍ଧି

ଭୁବନେଶ୍ବର :  ନଲାଇନ ପ୍ରଣାଳୀ ମାଧ୍ୟମରେ ସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ କରିବା ବ୍ୟତୀତ ରେଳବାଇ ଏବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ ପାଇଁ ପଦକ୍ଷେପ ନେଇ ମୋବାଇଲ ଫୋନ ମାଧ୍ୟମରେ ” ୟୁଟିଏସ ଅନ ମୋବାଇଲ” ଆପକୁ ଗତବର୍ଷ ଠାରୁ ପ୍ରାତ୍ସାହନ ଦେଇଆସୁଅଛି ଯାହାଦ୍ୱାରା ଯାତ୍ରୀମାନେ ସେମାନଙ୍କର ମୋବାଇଲ ଫୋନ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକ କରିପାରିବେ I ୟୁଟିଏସ ଅନ ମୋବାଇଲ ଆପ ଦ୍ୱାରା ଯାତ୍ରୀମାନେ କାଗଜ ଟିକେଟ ବିହୀନ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକ କରିପାରିବେ I

- Advertisement -

ଏବେ ରେଳଯାତ୍ରୀମାନେ ଷ୍ଟେସନ ଠାରେ ଥିବା ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ କାଉଣ୍ଟରରେ ଲମ୍ବାଧାଡିକୁ ଏଡ଼ାଇବା ପାଇଁ ସେମାନଙ୍କର ମୋବାଇଲ ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ଆପକୁ ଡାଉନଲୋଡ଼ କରି ଟିକେଟ କ୍ରୟ କରିବା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି I ଏହି ଆପ ପ୍ରଚଳନ ହେବାପରେ ପୂର୍ବତଟ ରେଳପଥ ମଧ୍ୟରେ ମୋବାଇଲ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ କ୍ରୟ କରିବା ପାଇଁ ଯାତ୍ରୀମାନଙ୍କର ଇଛାଶକ୍ତିରେ ବୃଦ୍ଧି ଘଟିଛି I

ଚଳିତ ବର୍ଷ ତଥା ଜାନୁୟାରୀ ମାସ ପହିଲା ଠାରୁ ଡିସେମ୍ବର ମାସ ୧୭ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ମୋବାଇଲ ଫୋନ ମାଧ୍ୟମରେ ୟୁଟିଏସ ଆପ ବ୍ୟବହାର ଦ୍ୱାରା ପ୍ରାୟ ୯ ଲକ୍ଷ ୬୨ ହଜାର ୩୧୯ଟି ଟିକେଟ ବିକ୍ରି କରାଯାଇଛି।  ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୩୧୫ ଶତକଡା ଅଧିକ ଅଟେ I ୨୦୧୮ ମସିହାରେ ପୂର୍ବତଟ ରେଳପଥ ଦ୍ୱାରା ମୋବାଇଲ ମାଧ୍ୟମରେ ପ୍ରାୟ ୩ ଲକ୍ଷ ୫ ହଜାର ୫୧୦ଟି ଅଣସଂରକ୍ଷିତ ଟ୍ରେନ ଟିକେଟ ବିକ୍ରୟ କରାଯାଇଥିଲା I

ଚଳିତ ବର୍ଷ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ମୋବାଇଲ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ ବାବଦରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେ ପ୍ରାୟ ୫ ଲକ୍ଷ ୨୬ ହଜାର, ୱାଲଟିୟର ରେଳମଣ୍ଡଳରେ ପ୍ରାୟ ୩ ଲକ୍ଷ ୬୮ ହଜାର ଓ ସମ୍ବଲପୁର ରେଳମଣ୍ଡଳରେ ପ୍ରାୟ ୬୭ ହଜାର ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକ କରାଯାଇପାରିଅଛି I ଗତବର୍ଷ ତଥା ୨୦୧୮ ମସିହାରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେ ପ୍ରାୟ ୧ ଲକ୍ଷ ୬୪ ହଜାର, ୱାଲଟିୟର ରେଳମଣ୍ଡଳରେ ପ୍ରାୟ ୧ ଲକ୍ଷ ୨୫ ହଜାର ଏବଂ ସମ୍ବଲପୁର ରେଳମଣ୍ଡଳରେ ପ୍ରାୟ ୧୬ ହଜାର ୫ ଶହ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକ କରାଯାଇ ପାରିଥିଲା I

ଭାରତୀୟ ରେଳବାଇ ଦ୍ୱାରା ୟୁଟିଏସ ଅନ ମୋବାଇଲ ଆପ ପ୍ରଚଳନ କରାଯାଇଅଛି I ଯଦି ଆମେ ଉପରୋକ୍ତ ହିସାବକୁ ଧ୍ୟାନଦେବା ତାହେଲେ ନିଶ୍ଚିତ ଭାବେ ହୃଦୟଙ୍ଗମ କରିବା ଯେ ମୋବାଇଲ ମାଧ୍ୟମରେ ୟୁଟିଏସ ଅନ ମୋବାଇଲ ଆପ ଦ୍ୱାରା ରେଳଯାତ୍ରୀ ମାନେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି I ନିୟମିତ ଭାବେ ବିଭିନ୍ନ ଗଣମାଧ୍ୟମରେ ଯାତ୍ରୀ ମାନଙ୍କୁ ପୂର୍ବତଟ ରେଳପଥ ଦ୍ୱାରା ୟୁଟିଏସ ଅନ ମୋବାଇଲ ଆପ ସମ୍ବନ୍ଧରେ ସଚେତନତା ଯୋଗୁଁ ଏହା ଯାତ୍ରୀମାନଙ୍କ ଦ୍ୱାରା ବହୁମାତ୍ରାରେ ଆଦୃତ ହୋଇପାରିଥିବା ବେଳେ ରେଳପଥ ଏହି ସଚେତନତାକୁ କ୍ରମାଗତ ଭାବେ ଚାଲୁରଖିଛି I

ୟୁଟିଏସ ମୋବାଇଲ ଆପ ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କର ଉତ୍ପତି ଷ୍ଟେସନ ଠାରୁ ୨୦ ମିଟର ରୁ ୫ କି.ମି. ମଧ୍ୟରେ କୋଙ୍କଣ ରେଳପଥକୁ ବାଦ ଦେଇ ଭାରତରେ ଯେକୌଣସି ଗନ୍ତବ୍ୟ ରେଳଷ୍ଟେସନକୁ ଟିକେଟ ବୁକ କରିପାରିବେ I ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କୁ କୁହାଯାଇଅଛି ଯେ ସେମାନେ ଷ୍ଟେସନ ଠାରେ ଥିବା ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ କାଉଣ୍ଟରରେ ଅସମ୍ଭବ ଭିଡକୁ ଏଡ଼ାଇବାପାଇଁ ନିଜ ମୋବାଇଲ ଫୋନ ମାଧ୍ୟମରେ ୟୁଟିଏସ ମୋବାଇଲ ଆପ ଡାଉନଲୋଡ଼ କରି ପେପର ବିହୀନ ଟ୍ରେନ ଟିକେଟ କ୍ରୟ କରିପାରିବେ I

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories