www.samajalive.in
Thursday, December 11, 2025
27.1 C
Bhubaneswar

ଝାଡ଼ଖଣ୍ଡ ନିର୍ବାଚନ – ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ପାଇଁ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ସକାଶେ ଶୁକ୍ରବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ସାହେବଗଞ୍ଜ, ପାକୁର, ଦୁମ୍‍କା, ଜମ୍‍ତରା, ଦେଓଘର୍‍ ଏବଂ ଗୋଡ଼ା ଜିଲ୍ଲା ସମେତ ସାନ୍ତାଳ ପ୍ରଗଣା ଅଞ୍ଚଳର ୧୬ଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ନକ୍ସଲ୍‍ ପ୍ରଭାବିତ ୫ଟି ନିର୍ବାଚନ ମଣ୍ଡଳୀ ବୋରିଓ, ବର୍‍ହାଟ୍‍, ଲିଟିପଡ଼ା, ମହେଶପୁର ଏବଂ ଶିକାରୀପଡ଼ାରେ ଶାନ୍ତିଶୃଙ୍ଖଳାର ସହ ଦିନ ୩ଟା ମତଦାନ ଶେଷ ହୋଇଛି। ଅନ୍ୟ ୧୧ଟି ଆସନରେ ସନ୍ଧ୍ୟା ୫ଟାରେ ମତଦାନ ଶେଷ ହୋଇଛି।

ଏହି ପର୍ଯ୍ୟାୟରେ ୨୯ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୨୩୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହି ପ୍ରାର୍ଥୀମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ମନ୍ତ୍ରୀ ଲୁଇସ୍‍ ମାରାଣ୍ଡି ଏବଂ ରଣଧୀର ସିଂହ ରହିଥିବାବେଳେ ଜେ.ଏମ୍‍.ଏମ୍‍. ନେତା ହେମନ୍ତ ସୋରେନ୍‍, କଂଗ୍ରେସର ଆଲମ୍‍ଗିର ଆଲମ୍‍ ଏବଂ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ପ୍ରଦୀପ୍‍ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

- Advertisement -

ସବୁ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ମୁତୟନ ସହ ୪୧ ହଜାର ରାଜ୍ୟ ସୁରକ୍ଷା ବଳଙ୍କୁ ଏହି ନିର୍ବାଚନରେ ନିୟୋଜିତ କରାଯାଇଥିବାବେଳେ ହେଲିକପ୍ଟର ଦ୍ୱାରା ପାଟ୍ରୋଲିଂ କରାଯାଇଥିଲା। ବିହାର ଏବଂ ପଶ୍ଚିମବଙ୍ଗ ସୀମାକୁ ସିଲ୍‍ କରାଯିବ ସହ ମୋଟ ୫ ହଜାର ୩୦୦ଟି ମତଦାନ କେନ୍ଦ୍ର ମଧ୍ୟରୁ ୧ ହଜାର ୩୪୭ଟି କେନ୍ଦ୍ରର ମତଦାନ ପ୍ରକ୍ରିୟା ଅନ୍‍ଲାଇନ୍‍ ମାଧ୍ୟମରେ ତଦାରଖ କରାଯାଇଥିଲା।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories