www.samajalive.in
Thursday, December 11, 2025
18.1 C
Bhubaneswar

ବାଲେଶ୍ବର ଜିଲାକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବାକୁ ମା’ଘରର ବ୍ୟାପକ କାର୍ଯ୍ୟକ୍ରମ

ବାଳେଶ୍ବର : ମା’ଘରର ବାଲେଶ୍ବର ଶାଖା ପକ୍ଷରୁ ବାଲିଆପାଳ ବ୍ଲକରେ ନିଶାମୁକ୍ତ ଓ ହିଂସାମୁକ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚୁପାଲି ପଞ୍ଚାୟତର ପ୍ରାୟ ୫୦୦ରୁ ଅଧିକ ମହିଳା ତାଙ୍କ ପରିବାର ଓ ପଞ୍ଚାୟତକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବାକୁ ଏହି କାର୍ଯ୍ୟକ୍ରମର ଶପଥ ପାଠ କରିଥିଲେ। ସମାଜସେବୀ, ଆଇନଜିବୀ ତଥା ରାଜ୍ୟ ଅଧ୍ୟକ୍ଷା ମାଘରର ଫାଉଣ୍ଡେସନ ଟ୍ରଷ୍ଟ ଶ୍ରୀମତି ରୁତୁପର୍ଣ୍ଣା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳାଙ୍କୁ ଶପଥ ପାଠ କରାଇଥିଲେ। ସେହିପରି ୨୦୦ରୁ ଉଦ୍ଧ୍ଵ ମହିଳା ମାଘରର ସଦସ୍ୟତା ଗ୍ରହଣ କରିଥିଲେ ଓ ପରେ ସେମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡା. ଅଞ୍ଜଳି ଦାସ, ସମ୍ମାନିତ ଅତିଥି ସମାଜସେବୀ ତଥା ନିଉ ଲାଇଫ ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ବିକ୍ରମ କେଶରି ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ପଣ୍ଡା, ସମାଜସେବୀ ବଟକୃଷ୍ଣ, ରଜନୀକାନ୍ତ ଗିରି, ଜୋସ୍ନାରାଣୀ ଗିରି, କିରଣବାଳା ବାରିକ, ପାର୍ବତୀ ରାଉତ, ସରସ୍ବତୀ ମାଣିକ, ତିଳତ୍ତମା ପରିଡ଼ା ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ରଖିଥିଲେ। ପଞ୍ଚୁପାଲ୍ଲୀ ତଥା ଅନ୍ୟ ଆଖ ପାଖ ଅଞ୍ଚଳରେ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବରିଷ୍ଠ ନାଗରିକ ମଧ୍ୟ ଉପସ୍ଥିତ ରହି ଓଡ଼ିଶାକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବାରେ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ସାରଦାମଣି ଗିରି ସଭାପତିତ୍ବ କରିଥିଲେ।

- Advertisement -

ଏତଦବ୍ୟତୀତ ରତେଲ ପଞ୍ଚାୟତରେ ଭେଲପୁରାରେ ମଧ୍ୟ ମାଘରର ସଦସ୍ୟମାନଙ୍କୁ ନେଇ ବ୍ୟାପକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ହରପ୍ରିୟା ଗିରି, ସାବିତ୍ରି ଦଳାଇ ଓ ଅବସର ପ୍ରାପ୍ତ ଶିକ୍ଷକ ମମ୍ମତ ଜେନା ଏହାକୁ ପରିଚାଳନା କରିଥିଲେ। ପରଦିନ ଏକ ବିଶାଳ ନିଶାମୁକ୍ତ ପଦଯାତ୍ରା ନୂଆଁଗାଁ ବଜାରଠାରୁ ଜଗତପୁର ମହାଦେବ ମନ୍ଦିର ଯାଏଁ ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ମହିଳା ସାମିଲ ହୋଇ ମଦ ଓ ନିଶା ବିାରୋଧି ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ଏହି ପଦଯାତ୍ରାରେ ମିନତି ଦଳେଇ, ପାର୍ବତୀ ରାଉତ, ସରସ୍ବତୀ, ହରପ୍ରିୟା ଗିରି, ସବିତା ବେହେରା ନେତୃତ୍ବ ନେଇଥିଲେ। ଏହି ପଦଯାତ୍ରାରେ ସମାଜସେବୀ ରୁତୁପର୍ଣ୍ଣା ମହାନ୍ତି ସାମିଲ ହୋଇ ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories