www.samajalive.in
Monday, December 8, 2025
24.1 C
Bhubaneswar

ଘରୁ ଅସରପା ଘଉଡ଼ାଇବାର ସରଳ ଉପାୟ

ସାଧାରଣତଃ ଅସରପା ସମସ୍ତଙ୍କ ଘରେ ଦେଖା ଦେଇଥାଏ। ଏହାକୁ ଘରୁ ଦୂର କରିବା ଲୋକଙ୍କର ଏକ ମୁଖ୍ୟ ସମସ୍ୟା। କାହା ଘରେ ଅଳ୍ପ ସଂଖ୍ୟକ ଦେଖା ଦେଉଥିବା ବେଳେ କାହା ଘରେ ବହୁତ ଦେଖା ଦେଇଥାଆନ୍ତି। ଲୋକେ ଅନେକ ଉପାୟ ଆପଣାଇ ଏମାନଙ୍କୁ ଘରୁ ଦୂର କରିବାରେ ବିଫଳ ହୋଇଥାଆନ୍ତି। ଅସରପା ଘର ଅପରିଷ୍କାର କରିବା ସହ ଖାଦ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାନ୍ତି। ତେବେ କେତେକ ଘରୋଇ ଉପାୟ ଅଛି, ଯାହାକୁ ଆପଣାଇ ଅସରପାକୁ ସବୁଦିନ ପାଇଁ ଘରୁ ଦୂରେଇ ପାରିବେ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ-

-୧୦ ଗ୍ରାମ ବୋରିକ୍ ଏସିଡ୍, ୧ ଚାମଚ ଚିନି, ୧ ଚାମଚ ଦହି ଓ ୧ ଚାମଚ ଗହମ ଅଟାକୁ ମିଶାଇ ଗୁଳା କରନ୍ତୁ। ଏହି ଗୁଳାକୁ ଆଲମିରା କିମ୍ବା ଅସରପା ହେଉଥିବା ସ୍ଥାନରେ ରଖନ୍ତୁ। ଏହା ଦ୍ୱାରା ଅସରପା ଦାଉରୁ ରକ୍ଷା ମିଳିବ।
-ତେଜପତ୍ରର କଡ଼ା ଗନ୍ଧ ଅସରପାକୁ ଘଉଡ଼ାଇବାରେ ସାହାଯ୍ୟ କରେ। ଘରେ ଯେଉଁ କୋଣରେ ଅସରପା ହେଉଛନ୍ତି, ସେଠାରେ ତେଜପତ୍ରକୁ ଗୁଣ୍ଡ କରି କିମ୍ବା ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ। ଦେଖିବେ ଅସରପା ଆଦୌ ଆସିବ ନାହିଁ।
-ଲବଙ୍ଗ ବାସ୍ନାକୁ ମଧ୍ୟ ଅସରପା ପସନ୍ଦ କରନ୍ତି ନାହିଁ। ଅସରପା ହେଉଥିବା ସ୍ଥାନରେ ଲବଙ୍ଗ ରଖିଲେ ଅସରପା ପାଖ ମାଡ଼ିବ ନାହିଁ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories