www.samajalive.in
Saturday, December 13, 2025
18.1 C
Bhubaneswar

ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦ ସମାଧାନ ଅସମ୍ଭବ: ରବିଶଙ୍କର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦର ସମାଧାନ ହେବା ଅସମ୍ଭବ ବୋଲି ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି। ରବିଶଙ୍କର କହିଛନ୍ତି ଯେ ଅଦାଲତ ଏହି ବିବାଦ ଉପରେ ଶୁଣାଣି ଜାରି ରଖିଛନ୍ତି। ସେ କହିଛନ୍ତି ଯେ ଶୁଣାଣି ଶେଷରେ ଜଣେ ମାମଲା ହାରିବ ଓ ଆଉ ଜଣେ ବିଜୟୀ ହେବ। ହାରିବା ପକ୍ଷ ପ୍ରଥମେ ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରିନେଇପାରନ୍ତି; ମାତ୍ର ଭବିଷ୍ୟତରେ ସେମାନେ ଏହାକୁ ନେଇ ପୁଣି ବିବାଦ ଉଠାଇବେ। ତେଣୁ ଏହି ବିବାଦକୁ କୋର୍ଟ ବାହାରେ ଆପୋଷ ସମାଧାନ କରିବା ସବୁଠାରୁ ଭଲ ଉପାୟ ବୋଲି ରବିଶଙ୍କର କହିଛନ୍ତି। ଅଯୋଧ୍ୟା ବିବାଦକୁ କୋର୍ଟ ବାହାରେ ଆପୋଷ ସମାଧାନ ପାଇଁ ରବିଶଙ୍କର ଉଦ୍ୟମ ଚଳାଇଥିବାବେଳେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ବାବ୍ରୀ ଆକ୍ସନ କମିଟି କହିଛି ଯେ ଶ୍ରୀଶ୍ରୀ ଅଯୋଧ୍ୟା ବିବାଦରୁ ନିଜକୁ ଦୂରେଇ ରଖିବା ଦରକାର। ଶ୍ରୀଶ୍ରୀ ଦାବି କରିଛନ୍ତି ଯେ ଅଧିକାଂଶ ମୁସଲମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରନ୍ତି। ଯଦିଓ କେତେକ ମୁସଲମାନ ଏହାକୁ ବିରୋଧ କରୁଛନ୍ତି ତେବେ ସମର୍ଥକଙ୍କ ତୁଳନାରେ ବହୁତ କମ୍‌। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପୀଠ ଅଯୋଧ୍ୟା ବିବାଦର ଶୁଣାଣି କରୁଛନ୍ତି। ସୁପ୍ରିମକୋର୍ଟ ଏହାକୁ ରାଜନୈତିକ ଓ ଧାର୍ମିକ ବିବାଦରୁ ଊର୍ଦ୍ଧ୍ବରେ ରଖିବା ପୂର୍ବକ ଏହାକୁ ଏକ ଜମିଜମା ମାମଲା ଭାବେ ଗ୍ରହଣ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories