www.samajalive.in
Sunday, December 14, 2025
26.1 C
Bhubaneswar

ହୁସେନ୍‌ ମୋତେ ‘ବସ୍‌ ଡ୍ରାଇଭର’ ଆକ୍ଷେପ କରିଥିଲେ: କୈଫ୍‌

ମୁମ୍ବଇ: ୨୦୦୨ରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ନାଟ୍‌ୱେଷ୍ଟ ଟ୍ରଫି ଫାଇନାଲରେ ତାଙ୍କୁ ଇଂଲଣ୍ଡର ଅଧିନାୟକ ନାସେର ହୁସେନ୍‌ ‘ବସ୍‌ ଡ୍ରାଇଭର’ ବୋଲି ଆକ୍ଷେପ କରିଥିଲେ। ଏହା କହିଛନ୍ତି ଉକ୍ତ ଫାଇନାଲରେ ଭାରତକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ମହମ୍ମଦ କୈଫ୍‌। ଉକ୍ତ ଫାଇନାଲରେ ଯୁବରାଜ ସିଂହଙ୍କ ସହ ତାଙ୍କର ମାରାଥନ୍‌ ଭାଗିଦାରୀ ବେଳେ ଇଂଲଣ୍ଡ ଖେଳାଳି କ’ଣ ତାଙ୍କୁ ସ୍ଲେଜିଂ କରୁଥିଲେ? ତାଙ୍କ ପ୍ରଶଂସକଙ୍କ ଏହି ପ୍ରଶ୍ନର ଜବାବରେ କୈଫ୍‌ କହିଥିଲେ, ବ୍ୟାଟିଂ କରୁଥିବା ବେଳେ ଘରୋଇ ଦଳର ଅଧିନାୟକ ନାସେର ହୁସେନ୍‌ ମୋତେ ‘ବସ୍‌ ଡ୍ରାଇଭର’ ବୋଲି କହିଥିଲେ। ତେବେ ମୁଁ ଖୁସି; ଡ୍ରାଇଭର ଭାବେ ରନ୍‌ପିଛାକୁ ସଠିକ୍‌ ଭାବେ ପରିଚାଳନା କରି ମୁଁ ଦଳକୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇ ପାରିଥିଲି।
ସୂଚନାଯୋଗ୍ୟ; ୨୦୦୨ ନାଟ୍‌ୱେଷ୍ଟ ଟ୍ରଫି ଫାଇନାଲ ଭାରତୀୟ କ୍ରୀଡ଼ା ଇତିହାସରେ ଅନ୍ୟତମ ସ୍ମରଣୀୟ ଟୁର୍ଣ୍ଣାମେଣ୍ଟ। ଫାଇନାଲରେ ଘରୋଇ ଇଂଲଣ୍ଡ ବିରୋଧରେ ପରାସ୍ତହେବା ଦ୍ୱାରରେ ଥିବା ଭାରତ ମହମ୍ମଦ କୈଫ୍‌ ଓ ଯୁବରାଜ ସିଂହଙ୍କ ଲଢ଼ୁଆ ଭାଗିଦାରୀ ଯୋଗୁଁ ବିଜୟୀ ହୋଇଥିଲା। ମାର୍କସ ଟ୍ରେସ୍କୋଥିକ୍‌ ଓ ନାସେର ହୁସେନ୍‌ଙ୍କ ଦର୍ଶନୀୟ ଇନିଂସ ବଳରେ ୫୦ ଓଭର ଶେଷରେ ଇଂଲଣ୍ଡ ବିଶାଳ ୫/୩୨୫ ରନ୍‌ କରି ପାରିଥିଲା। ଜବାବରେ ଭାରତ ୧୪୬ ରନ୍‌ରେ ୫ଟି ୱିକେଟ ହରାଇ ପରାଜୟ ଦ୍ୱାରରେ ଥିଲା। ତେବେ କୈଫ୍‌ ଓ ଯୁବରାଜ ହାର ନମାନି ୬ଷ୍ଠ ୱିକେଟ ପାଇଁ ୧୨୧ ରନ୍‌ର ଲଢ଼ୁଆ ଭାଗିଦାରୀ କରିବାରୁ ଭାରତ ୩ ୱିକେଟରେ ବିଜୟୀ ହୋଇଥିଲା। କୈଫ୍‌ ୮୭ ରନ୍‌କରି ଅପରାଜିତ ରହିଥିଲେ। ଏହି ବିଜୟ ପରେ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଲର୍ଡସ ବାଲ୍‌କୋନି ଉପରେ ସାର୍ଟ ଓହ୍ଲାଇ ବୁଲାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories