www.samajalive.in
Thursday, December 11, 2025
13.1 C
Bhubaneswar

ଉନ୍ନାଓ ଅପହରଣ ଓ ବଳାତ୍କାର ମାମଲା: ବିଧାୟକ କୁଲଦୀପ ସେନେଗାର ଦୋଷୀ ସାବ୍ୟସ୍ତ, କାଲି ଦଣ୍ଡାଦେଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉନ୍ନାଓ ଅପହରଣ ଓ ବଳାତ୍କାର ମାମଲାରେ ବିଧାୟକ କୁଲଦୀପ ସିଂହ ସେନେଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟ ଅଭିଯୁକ୍ତ ବିଧାୟକ ସେନେଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ସିବିଆଇର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବହୁ ବିଳମ୍ବରେ ଚାର୍ଜଶିଟ୍‌ ଦାଖଲ ହୋଇଥିବାରୁ କୋର୍ଟ ସିବିଆଇକୁ ସମାଲୋଚନା କରିଛନ୍ତି। ମାମଲାରେ ଅନ୍ୟତମ ଅଭିଯୁକ୍ତ ଶଶି ସିଂହଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। କୋର୍ଟ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ତାରିଖରେ ସେନେଗାରଙ୍କ ଦଣ୍ଡାଦେଶ ରାୟର ଶୁଣାଣି କରିବେ।

ସୂଚନାଯୋଗ୍ୟ, ବିଧାୟକ କୁଳଦୀପ ଏବଂ ତାଙ୍କ ସହଯୋଗୀମାନେ ୨୦୧୭ ଜୁଲାଇ ୧୭ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ପୀଡ଼ିତା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ନିଜର ଜଣେ ସମ୍ପର୍କୀୟଙ୍କ ବିଧାୟକଙ୍କ ନିକଟକୁ ଚାକିରି ପାଇଁ ଯାଇଥିଲାବେଳେ ବଳାତ୍କାରର ଶିକାର ହୋଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏହା ପରେ ତାଙ୍କ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିଥିଲେ। ଗଣବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିବାକୁ ଅଭିଯୁକ୍ତମାନେ ତାଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ରାଜି ନ ହେବାରୁ ବିଧାୟକଙ୍କ ଭାଇ ଅତୁଲ ଓ ତାଙ୍କ ସହଯୋଗୀମାନେ ଏପ୍ରିଲ ୩ରେ ତାଙ୍କ ବାପାଙ୍କୁ କୋର୍ଟ ଯିବା ବାଟରେ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ମାଖି ଥାନାରେ ଏପ୍ରିଲ ୪ରେ ଏତଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ମଧ୍ୟ ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଧାୟକ କୁଳଦୀପଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିବାରୁ ପୀଡ଼ିତା ଏବଂ ତାଙ୍କ ପିତା ଏପ୍ରିଲ ୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ଏହି ଉଦ୍ୟମ ପଣ୍ଡ କରିବା ସହ ପୀଡ଼ିତାଙ୍କ ପିତାଙ୍କୁ ଗିରଫ କରି ହାଜତକୁ ନେଇଥିଲା। ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୮ରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୯ରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ରାଜ୍ୟରେ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯିବାରୁ ସେନଗରଙ୍କ ଭାଇ ଅତୁଲ ସିଂହ ସେନଗରଙ୍କୁ ପୁଲିସ ଗିରଫ କରିଥିଲା। ଚାରି ଆଡୁ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଦାୟିତ୍ଵ ଦେଇଥିଲା। ସିବିଆଇ ଏକାଧିକ ଥର ସେନେଗାରଙ୍କୁ ଜେରା କରିବା ପରେ ଶେଷରେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ୨୦୧୮ ଏପ୍ରିଲ ୧୪ରେ ତାଙ୍କୁ ଗିରଫ କରିଥିଲା। ଏହା ପରେ ସିବିଆଇ ପକ୍ଷରୁ ୨୦୧୮ ଜୁଲାଇ ୧୧ରେ ସେନଗାରଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ସିବିଆଇ ବିଧାୟକଙ୍କ ଭାଇ ସମେତ ୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories