www.samajalive.in
Tuesday, December 9, 2025
16.1 C
Bhubaneswar

ତ୍ୱଚା ଓ କେଶ ପାଇଁ ଏପରି କରନ୍ତୁ ପାନର ବ୍ୟବହାର

ତ୍ୱଚାକୁ ସୁନ୍ଦର ଓ କେଶକୁ ରେଶମୀ, ଚମକ ବୃଦ୍ଧି ,ଘନ କରିବା ପାଇଁ ସଭିଏଁ ଇଚ୍ଛା କରିଥାଆନ୍ତି। ଏଥିପାଇଁ ବଜାରରେ ବିକ୍ରି ହେଉଥିବା ବହୁ ଦାମୀ କ୍ରିମ ଓ ଅନ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରନ୍ତି। ଏହିସବୁ ଦ୍ରବ୍ୟରେ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ଏହା ବହୁ ସମୟରେ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ। ତ୍ୱଚାରେ ଥିବା ବିଭିନ୍ନ ଦାଗ ଓ କେଶ ପାଇଁ କିଛି ଘରୋଇ ଉପାୟ ବିଷୟରେ ଜାଣନ୍ତୁ….
କେଶ ଝଡ଼ିବାକୁ ରୋକିବା ପାଇଁ –
ପାନର ପତ୍ରକୁ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରିହେବ। ଏଥିପାଇଁ ସର୍ବପ୍ରଥମେ ପାନ ପତ୍ରକୁ ପେଷି ଦିଅନ୍ତୁ। ଏହାପରେ ସେହି ପେଷ୍ଟରେ ରାଶି କିମ୍ବା ନଡ଼ିଆ ତେଲ ମିଶାଇ କେଶ ମୂଳରେ ଲଗାନ୍ତୁ।
ଏକ ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରି ଦିଅନ୍ତୁ।
ପାନ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି।
ଯାହା ମୁହଁର ଦାଗ ଦୂର କରିଥାଏ। ଗୋଟିଏ କିମ୍ବା ଦୁଇଟି ପାନ ପତ୍ରକୁ ଭିଜାଇ କିଛି ସମୟ ରଖନ୍ତୁ।
ଏହାପରେ ଏହାକୁ ପେଷି ଦିଅନ୍ତୁ। ଏହି ପେଷ୍ଟରେ ହଳଦୀ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ।
ଦିନକୁ ୨ଥର ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଗାଧୋଇବା ପୂର୍ବରୁ ପାନ ପତ୍ରରେ ପ୍ରସ୍ତୁତ ତେଲ ଲଗାନ୍ତୁ। ଏହାକୁ ଲଗାଇଲେ ଶରୀରର ଦୁର୍ଗନ୍ଧ ଦୂର ହୋଇଥାଏ।
ବହୁ ସମୟରେ ଶୀତଦିନେ ଶରୀରରେ ଲାଲ ଦାଗ ଓ କୁଣ୍ଡାଇବା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସମସ୍ୟା ଦୂର ପାଇଁ ୧୦ଟି ପାନ ପତ୍ରକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ। ଏହାପରେ ଏହାକୁ କୁଣ୍ଡାଇ ଓ ଦାଗ ହେଉଥିବା ସ୍ଥାନରେ ଲଗାନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories