www.samajalive.in
Tuesday, December 9, 2025
26.1 C
Bhubaneswar

ସାୱରକରଙ୍କୁ ନେଇ ଶିବସେନା ଓ କଂଗ୍ରେସ ମୁହାଁମୁହିଁ ! ସଞ୍ଜୟ ରାଉତ କହିଲେ ପୁସ୍ତକ ପଢ଼ନ୍ତୁ ରାହୁଲ

ନୂଆଦିଲ୍ଲୀ: ଭି.ଡି. ସାୱରକରଙ୍କୁ ନେଇ ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ଶିବସେନା ଏବ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଦୁଇଦଳ ମେଣ୍ଟ କରି ସରକାର ଗଢ଼ିଥିଲେ ହେଁ ସାୱରକରଙ୍କ ନା ନେଇ ରାହୁଲ ଶନିବାର ରାମଲୀଳା ମଇଦାନରେ ଦେଇଥିବା ମନ୍ତବ୍ୟକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ସାୱରକରଙ୍କ ପୁସ୍ତକ ପଢ଼ନ୍ତୁ ବୋଲି ସଞ୍ଜୟ କହିଛନ୍ତି।

ଗତ ଶନିବାର କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ରାହୁଲ ଉଦବୋଧନ ଦେବା ସମୟରେ ନିଜର ପୂର୍ବ ମନ୍ତବ୍ୟ ରେପ୍‌ ଇନ୍‌ ଇଣ୍ଡିଆ ପ୍ରସଙ୍ଗରେ କ୍ଷମା ମାଗିବାକୁ ହେଉଥିବା ଦାବି ଉପରେ କହିଥିଲେ ଯେ, ତାଙ୍କ ନାମ ରାହୁଲ ସାୱରକର ନୁହେଁ, ରାହୁଲ ଗାନ୍ଧୀ। ସେ ମରିଯିବେ ପଛେ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ତୀବ୍ର ବିରୋଧ କରାଯାଇଛି। ସାୱରକରଙ୍କ ଉପରେ ରାହୁଲ ବିବାଦୀୟ ମନ୍ତବ୍ୟ ଦେଇ ନିଜ ନାମ ସହ ଯୋଡ଼ିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ଲୋକେ ରାହୁଲଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

- Advertisement -

ଅନ୍ୟପଟେ ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ଶିବସେନା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ଭି.ଡି. ସାୱରକରଙ୍କୁ ଶିବସେନା ହିରୋ ମାନିଥାଏ। ସାୱରକରଙ୍କ ନାଁରେ ଶିବସେନା ବର୍ଷ ବର୍ଷ ଧରି ରାଜନୀତି କରିଆସୁଛି। ଦଳ ସାୱରକରଙ୍କୁ ଜଣେ ନାୟକ ଦୃଷ୍ଟିରୁ ଦେଖୁଥିବାରୁ ରାହୁଲଙ୍କ ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହିଁ। ଏ ନେଇ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ରାହୁଲଙ୍କ ମନ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ। ମୁଁ ମହାରାଷ୍ଟ୍ର କଂଗ୍ରେସ ନେତାମାନଙ୍କୁ ଅନୁରୋଧ କରୁଛି ସେମାନେ ସାୱରକରଙ୍କ ବଳିଦାନକୁ ବୁଝିବା ଲାଗି ରାହୁଲଙ୍କୁ କିଛି ପୁସ୍ତକ ଉପହାରରେ ପ୍ରଦାନ କରନ୍ତୁ। ଆମେ ପଣ୍ଡିତ ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ମାନୁଛୁ। ଆପଣମାନେ ବୀର ସାୱରକରଙ୍କୁ ଅପମାନ କରନ୍ତୁ ନାହିଁ। ରାହୁଲଙ୍କୁ ସଞ୍ଜୟ ରାଉତଙ୍କ ଏପରି ଟାର୍ଗେଟକୁ ନେଇ ମହାରାଷ୍ଟ୍ର ରାଜନୀତିରେ ସରଗରମ ଆରମ୍ଭ ହୋଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories