www.samajalive.in
Friday, December 12, 2025
23.1 C
Bhubaneswar

ଦିନିକିଆ ସିରିଜ୍‌ରେ ଭୁବନେଶ୍ବରଙ୍କ ସ୍ଥାନ ନେଲେ ସାର୍ଦ୍ଦୁଳ

ଚେନ୍ନାଇ: ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ନିମନ୍ତେ ଭାରତୀୟ ଦଳରୁ ଦ୍ରୁତ ବୋଲର ଭୁବନେଶ୍ବର କୁମାର ବାଦ୍‌ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଥିବା ଦଳୀୟ ମ୍ୟାନେଜମେଣ୍ଟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମୁମ୍ବଇରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପରେ ଜଂଘର ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିବା ଦଳୀୟ ମ୍ୟାନେଜମେଣ୍ଟକୁ ଜଣାଇଥିଲେ। ପରେ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା କରାଯିବା ପରେ ଭୁବନେଶ୍ବରଙ୍କୁ ଅନ୍‌ଫିଟ୍‌ ଘୋଷଣା କରାଯାଇଥିଲା। ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା।

ସାର୍ଦ୍ଦୁଳ ଗତ ସେପ୍ଟେମ୍ବରରେ ଏସିଆ କପ୍‌ ସମୟରେ ଶେଷଥର ପାଇଁ ଭାରତୀୟ ଦଳ ତରଫରୁ ଖେଳିଥିଲେ। ଏହାପରେ ଅକ୍ଟୋବରରେ ସାର୍ଦ୍ଦୁଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସୂଚନାଥାଉକି ଭୁବନେଶ୍ବର କୁମାରଙ୍କ ପୂର୍ବରୁ ଭାରତୀୟ ଦଳର ଓପନର୍‌ ଶିଖର ଧାୱନ୍‌ ଆଘାତଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ି ସାରିଛନ୍ତି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍‌ଙ୍କୁ ଦଳରେ ସାମିଲ କରାଯାଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories