www.samajalive.in
Saturday, December 13, 2025
26.1 C
Bhubaneswar

ସୁକତେଲ ଏଚ୍‍ଏଲ ବ୍ରିଜର ଶୁଭ ଉଦ୍‍ଘାଟନ କଲେ ନରସିଂହ

ଚୁଡାପାଲି: ବଲାଙ୍ଗିର ସଦରବ୍ଲକ ଏବଂ ଲୋଇସିଂହା ବ୍ଲକ ମଧ୍ୟରେ ପ୍ରବାହିତ ସୁକତେଲ ନଦୀ ଉପରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଜୁ ସେତୁ ଯୋଜନାରେ ନିର୍ମିତ ହୋଇଥିବା ଏଚ.ଏଲ. ବ୍ରିଜର ଆଜି ଶୁଭ ଉଦ୍‍ଘାଟନ ହୋଇଯାଇଛି। ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ସେତୁର ଉଦ୍‍ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ନରସିଂହଙ୍କୁ ଅଞ୍ଚଳବାସୀ ବଜନିଆଁ, ନଚନିଆଁ କିର୍ତ୍ତନ, ଘୋଡାନାଚର ଏକ ବିରାଟ ଶୋଭାଯାତ୍ରାରେ କୁଟୁମ୍ବଡୋଳା ଠାରୁ ବ୍ରିଜ ପର୍ଯ୍ୟନ୍ତ ଆସି ପୂଜା କଲାପରେ ନିର୍ମାଣ ହୋଇଥିବା ସେତୁର ଉଦ୍‍ଘାଟନ ହୋଇଥିଲା।

୯୦୧.୯୮ ଲକ୍ଷ ଟଙ୍କା ବିନିମୟରେ ତା. ୧୮.୦୪.୨୦୧୮ ମସିହାରୁ ନିର୍ମାଣ ଆରମ୍ଭ ହୋଇଥିବା ସେତୁ ଯାହାର କାର୍ଯ୍ୟ ସରିବା ଦିନ ଅର୍ଥାତ ୧୭.୦୪.୨୦୨୦ ଚାରିମାସ ପୂର୍ବରୁ ନିର୍ମାଣ ସରି ଯାଇଛି। ୨୧୪.୪୧ ମିଟର ଲମ୍ବ ଏବଂ ୭.୫୦ ମିଟର ଚଉଡା ସେତୁରେ କୁସମେଲ ଗ୍ରାମ ପଞ୍ଚାୟତର ୧୫୦୦୦ଲୋକ ଉପକୃତ ହେବେ। ସୁକତେଲ ନଦୀର ଅପର ପାର୍ଶ୍ବରେ ଲୋଇସିଂହା ବ୍ଲକର ବ୍ରାହ୍ମଣୀଡୁଙ୍ଗୁରୀ, ବାନ୍ଧନଘୋର, ପରଧିଆପାଲି, କଏଣ୍ଡାପାଲି, ମାଗୁରବେଡା ଆଦି ଗ୍ରାମ ରହିଛି। ଯାହାକି ଲୋକେ ବ୍ଲକ କାର୍ଯ୍ୟରେ ଲୋଇସିଂହା ଯିବାକୁ ହେଲେ ଦିର୍ଘ୍ୟ ପଥ ବୁଲିକି ଯିବାକୁ ପଡୁଥିଲା। ଏବେ କିନ୍ତୁ ସେତୁ ହେଲା ପରେ ଗମନାଗମନ ପାଇଁ ରାସ୍ତା କମି ଯିବା ଫଳରେ ଜନସାଧାରଣ ଖୁବ ଖୁସି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories