www.samajalive.in
Thursday, December 11, 2025
16.1 C
Bhubaneswar

ଧାମରା ବନ୍ଦରରୁ ୭ ଟନ ଓଜନର କେବୁଲ ଚୋରୀ ଅଭିଯୋଗ : ଟ୍ରକ ଅଟକ, ଚାଳକଙ୍କ ସହ ବନ୍ଦର କର୍ମଚାରୀ ଫେରାର

ଧାମରା : ଧାମରା ବନ୍ଦରରେ ଦିନକୁ ଦିନ ଚୋରୀ ବଢିବାରେ ଲାଗିଛି। ଏହି ଚୋରୀ ରୋକିବାକୁ ବନ୍ଦର ପ୍ରଶାସନ ମୁଣ୍ଡ ଖେଳାଉନଥିବା ବେଳେ ପୁଲିସ ପ୍ରଶାସନ ଅଡୁଆରେ ପଡ଼ିଛି।
ସୂଚନା ଅନୁସାରେ, ଧାମରା ବନ୍ଦରର କିଛି ଠିକା କର୍ମଚାରୀ ଏକ ବାଲି ବୋଝେଇ ଟ୍ରକର ଚାଳକ ସହ କଥା ହୋଇ ୭ଟନ ଓଜନର କେବୁଲ ତାରକୁ ଉକ୍ତ ଟ୍ରକରେ ଗେଟ ପାର କରିଥିଲେ। ଏହି ଟ୍ରକର ଚାଳକ ଏବଂ ବନ୍ଦର ଠିକା କର୍ମଚାରୀ ସେହି କେବୁଲକୁ ବାହାର ରାଜ୍ୟରେ ବିକ୍ରି କରିଦେଇଥିଲେ। ଏହି ଘଟଣା ଜଣାପଡିବା ପରେ ଧାମରା ବନ୍ଦର କର୍ତ୍ତୁପକ୍ଷ ଧାମରା ଥାନାରେ ସେହି ଟ୍ରକ ମାଲିକଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ଏହି ଟ୍ରକଟି ଆସି ଧାମରାରେ ପହଞ୍ଚିବା ପରେ ଧାମରା ଥାନାଧିକାରୀ ସେହି ଟ୍ରକଟିକୁ ନିଜ ଅକ୍ତିଆରକୁ ନେଇ ଥିଲେ। ପରେ ସମସ୍ତ ଘଟଣାର ପର୍ଦାଫାସ ହୋଇଥିଲା। ଏହି ଘଟଣାରେ ଧାମରା ବନ୍ଦରର ଜଣେ ଠିକା କର୍ମଚାରୀ ଏବଂ ୨ଜଣ ଯୁବକଙ୍କ ସହ ଟ୍ରକ୍ ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି। ଏହି ବିଷୟରେ ଧାମରା ପୁଲିସ ଅଧିକ ତନାଘନା କରୁଥିବା ବେଳେ ଏହି ଚୋରୀ କେବୁଲର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଧାମରା ବନ୍ଦରରେ ସମସ୍ତ ସ୍ଥାନରେ ସିସିସଟିଭି, ୩ଟି ଚେକଗେଟ ଏବଂ ଶତାଧିକ ନିରାପତା ଅଧିକାରୀ ଥିବା ସତ୍ତ୍ବେ କିପରି ଚୋରୀ ହେଉଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories