www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ କାକୁଡ଼ି ମଞ୍ଜି

ସାଧାରଣତଃ ଆମେ ସମସ୍ତେ କାକୁଡ଼ି ଖାଇବାକୁ ଭଲ ପାଆନ୍ତି ଏବଂ ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ବୋଲି ମଧ୍ୟ ଜାଣନ୍ତି। ହେଲେ କ’ଣ ଆପଣ ଏହାର ମଞ୍ଜିର ଉପକାରୀତା ବିଷୟରେ ଜାଣନ୍ତି? କାକୁଡ଼ି ମଞ୍ଜି ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହା ଅନେକ ପୋଷକ ତତ୍ତ୍ବରେ ଭରପୁର। ତେବେ ଆସନ୍ତୁ ଜାଣିବା କାକୁଡ଼ି ମଞ୍ଜି ସେବନ ଦ୍ବାରା ଆମର କେଉଁ କେଉଁ ସମସ୍ୟା ଦୂର ହୋଇଥାଏ-

୧. ପରିସ୍ରା ନ ହେବା ସମସ୍ୟାରୁ ମୁକ୍ତି: ଅନେକ ଲୋକଙ୍କୁ ପରିସ୍ରା ହେବାରେ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଆପଣ କାକୁଡ଼ିର ୧୦ରୁ ୧୫ଟି ମଞ୍ଜିକୁ ୨ ଚାମଚ ଲହୁଣୀରେ ମିଶାଇ ଖାଆନ୍ତୁ। ଖୁବ୍‌ଶୀଘ୍ର ସମସ୍ୟାରୁ ମୁକ୍ତି ମିଳିବ।

- Advertisement -

୨. ଦୁର୍ବଳତା ଦୂର କରିବା: ଯଦି ଆପଣ ଦୁର୍ବଳ ଅଛନ୍ତି, ତେବେ ଆପଣ କାକୁଡ଼ି ମଞ୍ଜି ବ୍ୟବହାର କରି ଦୁର୍ବଳତାକୁ ଦୂର କରିପାରିବେ। ପ୍ରଥମେ କାକୁଡ଼ିର ୧୦ଟି ମଞ୍ଜିକୁ ଶୁଖାଇ ତାହାକୁ ପେଶି ଗୁଣ୍ଡ କରିଦିଅନ୍ତୁ। ଏହି ଗୁଣ୍ଡକୁ ଗୋଟିଏ ଚାମଚ ଲହୁଣୀ ସହ ମିଶାଇ ସେବନ କରନ୍ତୁ। ଏହା ଦୁର୍ବଳତା ଦୂର କରିବା ସହ ଯୁବ ସୁଲଭ ଦେଖାଯିବାରେ ମଧ୍ୟ ସାହାଯ୍ୟ କରିବ।

୩. ପରିସ୍ରା ସମୟରେ ହେଉଥିବା ଯନ୍ତ୍ରଣା ଦୂର କରେ: ଯଦି ଆପଣଙ୍କୁ ପରିସ୍ରା ସମୟରେ ଜଳାପୋଡ଼ା ଅନୁଭବ ହୁଏ, ତେବେ ଏ କ୍ଷେତ୍ରରେ କାକୁଡ଼ି ମଞ୍ଜି ବହୁତ ଲାଭଦାୟକ ସାବ୍ୟସ୍ତ ହେବ। କାରଣ, ଏହା ଥଣ୍ଡା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ତାଜା କାକୁଡ଼ିର ୨୦ଟି ମଞ୍ଜିକୁ ନିୟମିତ ରୂପେ ଗୋଟିଏ ମାସ ଯାଏ ସେବନ କରନ୍ତୁ।

୪. ପରିସ୍ରା ସମୟରେ ରକ୍ତ ପଡ଼ିବା: ପରିସ୍ରାରେ ରକ୍ତ ପଡ଼ୁଥିଲେ, ଶୁଖିଲା କାକୁଡ଼ି ମଞ୍ଜି ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ପ୍ରମାଣିତ ହେବ। ଏଥିପାଇଁ ଗୋଟିଏ ଚାମଚ କାକୁଡ଼ି ମଞ୍ଜି ଚୂର୍ଣ୍ଣ, ଗୋଟିଏ ଚାମଚ ଅଁଳା ଚୂର୍ଣ୍ଣ କିମ୍ବା ରସ ଏବଂ ଗୁଲ୍କନ୍ଦ ମିଶାଇ ଖାଆନ୍ତୁ। କିଛି ଦିନ ମଧ୍ୟରେ ହିଁ ଆପଣ ଫରକ ଅନୁଭବ କରିପାରିବେ।

୫. ଷ୍ଟୋନ୍ ସମସ୍ୟାରୁ ମୁକ୍ତି ଦେବ: ଷ୍ଟୋନ୍ ଚିକିତ୍ସା ପରେ ମଧ୍ୟ ଯଦି ଆପଣଙ୍କୁ ପୁଣିଥରେ ଏହି ସମସ୍ୟା ଦେଖାଦିଏ, ତା’ହେଲେ କାକୁଡ଼ି ମଞ୍ଜି ଆପଣଙ୍କ ପାଇଁ ବରଦାନ ସଦୃଶ ହେବ। ଏଥିପାଇଁ ଆପଣଙ୍କୁ ଖାଦ୍ୟ ଖାଇବା ପୂର୍ବରୁ ୪୦ଟି କାକୁଡ଼ି ମଞ୍ଜି ୫ ମାସ ପଯ୍ୟର୍ନ୍ତ ନିୟମିତ ରୂପରେ ସେବନ କରିବାକୁ ପଡ଼ିବ। ମଞ୍ଜି ଶୁଖିଲା ହେଉ କିମ୍ବା ଓଦା, ଉଭୟ ଏହି ସମସ୍ୟାରୁ ମୁକ୍ତି ଦେବ।

୬. ପେଟ ଜଳାପୋଡ଼ା: ପେଟ ଜଳାପୋଡ଼ା ହେଉଥିଲେ, ବଟରମିଲ୍କ ସହ କାକୁଡ଼ି ମଞ୍ଜି ଖାଇଲେ ଲାଭ ମିଳିବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories