www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ୱିଙ୍କଲ୍‍ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ: ଭାଇରାଲ୍‍ ହେଉଛି ଫଟୋ

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ନିଜ ପତ୍ନୀ ଟ୍ୱିଙ୍କଲ୍‍ ଖନ୍ନାଙ୍କୁ ପିଆଜ କାନଫୁଲ ଉପହାର ଦେଇଛନ୍ତି। ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟରେ ଭାଇରାଲ୍‍ ହୋଇଛି। ଟ୍ୱିଙ୍କଲ୍‍ଙ୍କୁ ମଧ୍ୟ ସ୍ୱାମୀଙ୍କ ଏହି ଉପହାର ବହୁତ ପସନ୍ଦ ଆସିଛି ଏବଂ ସେ ଏହାର ଫଟୋ ଶେୟାର କରି ଖୁସି ବ୍ୟକ୍ତ କରିଛନ୍ତି।

https://www.instagram.com/p/B5-n4WOFwoh/?utm_source=ig_web_copy_link

- Advertisement -

ସୂଚନା ଅନୁସାରେ, ଅକ୍ଷୟ ନିଜ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ର ପ୍ରମୋଶନ୍‍ ପାଇଁ ‘ଦି କପିଲ୍‍ ଶର୍ମା ଶୋ’ରେ ନଜର ଆସିବେ। ଶୋ’ ପାଇଁ ଅକ୍ଷୟ ଶୁଟ୍‍ କରି ସାରିଛନ୍ତି। ‘ଦି କପିଲ୍‍ ଶର୍ମା ଶୋ’ର ସେଟ୍‍ରୁ ଘରକୁ ଫେରି ଅକ୍ଷୟ ପତ୍ନୀଙ୍କୁ ଏକ ଖାସ୍‍ ଉପହାର ଦେଇଥିଲେ। ସେହି ଖାସ୍‍ ଉପହାର ଆଉ କିଛି ନୁହେଁ ବରଂ ପିଆଜ କାନଫୁଲ ଥିଲା। ଟ୍ୱିଙ୍କଲ୍‍ଙ୍କୁ ମଧ୍ୟ ଏହି ଉପହାର ଖୁବ୍‍ ପସନ୍ଦ ଆସିଥିଲା। ସେ ଇନ୍‍ଷ୍ଟାଗ୍ରାମରେ ସେହି କାନଫୁଲର ଫଟୋ ଶେୟାର କରି ଲେଖିଛନ୍ତି, ମୋ ସାଥୀ ‘ଦି କପିଲ୍‍ ଶର୍ମା ଶୋ’ର ଶୁଟିଂ ସାରି ଘରକୁ ଆସିଲେ ଓ କହିଲେ, “ସେମାନେ କରୀନାଙ୍କୁ ଏହି କାନଫୁଲ ଦେଖାଇଥିଲେ। ମୋତେ ଲାଗିଲା ଯେ ସେ ଏହାକୁ ଦେଖି ଏତେଟା ପ୍ରଭାବିତ ହେଲେ ନାହିଁ। କିନ୍ତୁ ମୁଁ ଭାବିଲି ଯେ ତୁମେ ଏହାକୁ ଦେଖି ଖୁବ୍‍ ଖୁସି ହେବ ଓ ଉପଭୋଗ କରିବ। ତେଣୁ ମୁଁ ଏହାକୁ ତୁମ ପାଇଁ ନେଇ ଆସିଲି”। ବେଳେବେଳେ ଛୋଟ ଛୋଟ ଜିନିଷ ମଧ୍ୟ ଆମ ହୃଦୟ ଛୁଇଁ ନିଏ।
ସୂଚନାଯୋଗ୍ୟ, ପିଆଜର ଅହେତୁକ ଦର ବୃଦ୍ଧି ଚଳିତ ଦିନରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସଦରୁ ସାମାଜିକ ଗଣମାଧ୍ୟମ, ସବୁଠି ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories