www.samajalive.in
Thursday, December 11, 2025
26.1 C
Bhubaneswar

କର୍ଣ୍ଣାଟକ ଉପନିର୍ବାଚନ: ୧୫ରୁ ୧୨ ଆସନରେ ବିଜେପି ବିଜୟୀ, ବିରୋଧୀ ଦଳ ନେତା ପଦବୀରୁ ସିଦ୍ଦରମେୟାଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ୍‌ କରିଛି। ୧୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୧୨ଟି ଆସନରେ ବିଜୟଲାଭ କରିଥିବା ଜଣାପଡ଼ିଛି। କଂଗ୍ରେସ ୨ଟି ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଛନ୍ତି। ଅନ୍ୟପଟେ କଂଗ୍ରେସ ନିଜର ପରାଜୟ ସ୍ବୀକାର କରିଛି। ଦଳର ଶୋଚନୀୟ ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା ରାଜ୍ୟର ବିରୋଧୀ ଦଳ ନେତା ପଦବୀରୁ ଇସ୍ତଫା ଦେଇଛନ୍ତି। ଜେଡି(ଏସ) ସମସ୍ତ ୩ଟି ଆସନରେ ପରାଜିତ ହୋଇଛି। ମୋଟ ୧୫ ଆସନରୁ କଂଗ୍ରେସ ୧୨ ଏବଂ ଜେଡି(ଏସ) ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ପରାଜୟ ପରେ ସିଦ୍ଦରମେୟା କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ଭାବେ ମୁଁ ଗଣତନ୍ତ୍ର ଏବଂ ଜନାଦେଶକୁ ସମ୍ମାନ ଦେଉଛି। ମୁଁ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେବା ସହିତ ଇସ୍ତଫାପତ୍ରକୁ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛି। ସିଦ୍ଦରମେୟାଙ୍କ ସହିତ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉପନିର୍ବାଚନରେ ଦଳର ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରିବା ସହିତ ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି ବୋଲି ଗୁଣ୍ଡୁ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ସୋମବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଗଣତି ଶେଷ ହୋଇଥିବାବେଳେ ସରକାରୀ ଭାବେ ଆନୁଷ୍ଠାନିକ ଘୋଷଣା ବାକି ରହିଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories