www.samajalive.in
Thursday, December 11, 2025
14.1 C
Bhubaneswar

ସମ୍ବଲପୁର ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ ବିବେଚନା କଲେ ଏସପି, ୪ ଗିରଫ, ଆଜି ପୀଡିତାଙ୍କ ଡାକ୍ତରୀମାଇନା

ସମ୍ବଲପୁର: ପୁରୀ ଗଣଦୁଷ୍କର୍ମ ମାମଲାକୁ ଏକ ସପ୍ତାହ ବିତି ନଥିବା ​‌ବେଳେ ସମ୍ବଲପୁରରେ ଜଣେ ବିବାହିତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଦୁଇଟି ଘଟଣାରେ ଅଭିଯୁକ୍ତ ସଂଖ୍ୟା ସମାନ ରହିଥିବା ​‌ବେଳେ ପୁଲିସ ଉଭୟ ମାମଲାକୁ ଗୁରୁତ୍ବର ସହ ନେଇଛି। ଏହି ଦୁଇଟି ମାମଲାକୁ ରେଡ୍ ଫ୍ଲାଗ୍ ବିବେଚନା କରାଯାଇଛି। ପୁରୀ ଗଣଦୁଷ୍କର୍ମ ମାମଲା ଭଳି ଏହି ମାମଲାରେ ମଧ୍ୟ ୨୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରାଯିବ ବୋଲି ସମ୍ବଲପୁର ଏସପି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବଲପୁରରେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି।ସେମାନେ ହେଲେ ଶିବ ଶଙ୍କର ନାଏକ(୨୫), ଦୋଳମଣିଭୂଇ(୩୦), ମହେଶ ସେଠୀ(୨୪) ଏବଂ ଅକ୍ରୁର ଚୁରିଆ(୨୨)। ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏହା ସହ ଡାକ୍ତଖାନାରେ ଚିକିତ୍ସାଧୀନ ଥିବା ପୀଡିତାଙ୍କର ଆଜି ଡାକ୍ତରୀମାଇନା ହେବ ବୋଲି ଏସପି କହିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ଅବସ୍ଥା ସ୍ଥିର ଥିବା ଏସପି ସୂଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳର ଜଣେ ବିବାହିତ ମହିଳା ଶନିବାର ଦିନ କୌଣସି ଏକ କାମରେ ସମ୍ବଲପୁର ସହରକୁ ଆସିଥିବା ବେଳେ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡି ଦେବା ପାଇଁ କହି ବାଇକରେ ନେଇ ଯାଇଥିଲେ। ପରେ ଏକ ନିଛାଟିଆ ସ୍ଥାନରେ ଦୁଇ ଯୁବକ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଆଉ କିଛି ସାଥିଙ୍କୁ ମଧ୍ୟ ସେମାନେ ଡାକିଥିଲେ। ରାତି ସାରା ମହିଳାଙ୍କୁ ଦୁର୍ଷ୍କମ କରିବା ପରେ ପୀଡିତା ସଜ୍ଞାହୀନ ହୋଇ ପଡିଥିଲେ। ଦୁଷ୍କର୍ମକାରୀମାନେ ପୀଡିତାଙ୍କୁ ମୃତ ଭାବି ବରେଇପାଲିରୁ ଡେଙ୍ଗସର୍ଗି ଗ୍ରାମରେ ଫିଙ୍ଗି ଚାଲି ଯାଇଥିଲେ। ମହିଳା ଜଣକ ସେଠାରେ ସଜ୍ଞାହୀନ ଅବସ୍ଥାରେ ପଡି ରହିଥିବା ବେଳେ ରବିବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ସ୍ଥାନୀୟ ଲୋକେ ଅଇଁଠାପାଲୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ବୁର୍ଲା ଭିମସାରକୁ ନେଇଥିଲା। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ମହିଳାଙ୍କ ହୋସ ଆସିବା ପରେ ଘଟଣା ବିଷୟରେ ପୁଲିସକୁ ବୟାନ ଦେଇଥିଲେ।

 

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories