www.samajalive.in
Monday, December 8, 2025
24.1 C
Bhubaneswar

ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଧେୟକ – ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କିଛି ସମୟ ପୂର୍ବରୁ ବିବାଦୀୟ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ଗୃହର ଅନୁମୋଦନ ଲାଭ କଲେ ଦେଶରେ ୬୦ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ – ୧୯୫୫ ବଦଳି ଯିବ ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହୋଇଯିବ।

ଆଜି ଲୋକସଭାରେ ଏହି ସଂଶୋଧନ ବିଧେୟକ ମଞ୍ଜୁରୀ ଲାଭ କଲେ, ଆସନ୍ତା କଲି ଏହାକୁ ରାଜ୍ୟସଭାର ଅନୁମୋଦନ ପାଇଁ ଆଗତ କରାଯିବ। ବିଧେୟକକୁ ବିଜେପି, ଜନତା ଦଳ ୟୁନାଇଟେଡ଼, ଅକାଳି ଦଳ ଏବଂ ଲୋକ ଜନଶକ୍ତି ଦଳ ସମର୍ଥନ କରୁଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଛନ୍ତି। ବିରୋଧୀ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ବିଧେୟକଙ୍କୁ ବିରୋଧ କରି କହିଛନ୍ତି, ଦେଶର ସଂଖ୍ୟାଲଘୁଙ୍କୁ ଲକ୍ଷ୍ୟ କରି ଏହି ସଂଶୋଧନ ବିଧେୟକ ଆଗତ କରାଯାଇଛି। ସେ କହିଛନ୍ତି ଅନୁଛେଦ ୧୩ ଏବଂ ୧୪କୁ ଦୁର୍ବଳ କରିବାକୁ ବିଜେପି ଚେଷ୍ଟା କରୁଛି।

- Advertisement -

ବିଧେୟକ ଆଗତ କରି ଅମିତ ଶାହା କହିଛନ୍ତି, ନାଗରିକତା ସଂଶୋଧନ ବିଧେୟକ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ବିରୋଧରେ ଯାଉନାହିଁ। କଂଗ୍ରେସକୁ ଲକ୍ଷ୍ୟ କରି ଶାହା କହିଛନ୍ତି ଯେ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ କଂଗ୍ରେସ ସଦସ୍ୟମାନେ ୱାକ ଆଉଟ ନ କରିବା ଉଚିତ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories