www.samajalive.in
Saturday, December 13, 2025
18.1 C
Bhubaneswar

ସମ୍ବଲପୁରରେ ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ : ୫ ଅଟକ

ସମ୍ବଲପୁର :  ସମ୍ବଲପୁର ଠାରେ ଜଣେ ବିବାହିତ ମହିଳାଙ୍କ ସହିତ ଗଣ ଦୁର୍ଷ୍କମର ସଙ୍ଗୀନ ଘଟଣା ସମ୍ମୁଖକୁ ଆସିଛି। ପ୍ରାପ୍ତସୂଚନାନୁଯାୟୀ, ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳର ଜଣେ ବିବାହିତ ମହିଳା ଶନିବାର ଦିନ କୌଣସି ଏକ କାମରେ ସମ୍ବଲପୁର ସହରକୁ ଆସିଥିଲେ । କାମ ସାରି ସନ୍ଧ୍ୟା ସମୟରେ ସେ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡି ଦେବା ପାଇଁ କହି ତାଙ୍କର ବାଇକରେ ବସାଇଥିଲେ। ତେବେ ଦୁଇ ଯୁବକ ତାଙ୍କୁ ନିଛାଟିଆ ସ୍ଥାନରେ ଥିବା ଏକ ଧାନଖଳାକୁ ନେଇ ଯାଇ ଜୋର ଜବରଦସ୍ତି ଦୁର୍ଷ୍କମ କରିବା ସହିତ ନିଶା ଖୁଆଇ ଦେଇଥିଲେ। ଏହା ପରେ ଯୁବକ ଦ୍ୱୟ ସେମାନଙ୍କ ଆଉ କିଛି ସାଥି ମାନଙ୍କୁ ମଧ୍ୟ ଦୁର୍ଷ୍କମ ସ୍ଥଳକୁ ଡାକିଥିଲେ । ତେବେ ଯୁବକ ମାନେ ରାତି ସାରା ମହିଳାଙ୍କୁ ଦୁର୍ଷ୍କମ କରିବା ପରେ ବରେଇପାଲିରୁ ଡେଙ୍ଗସର୍ଗି ଗ୍ରାମ ମଧ୍ୟରେ ଛାଡି ଚାଲି ଯାଇଥିଲେ। ମହିଳା ଜଣକ ସେଠାରେ ସଜ୍ଞାହୀନ ହୋଇ ପଡି ରହିଥିବା ବେଳେ ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ସ୍ଥାନୀୟ ଲୋକେ ଅଇଁଠାପାଲୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ବୁର୍ଲା ଭିମସାରକୁ ନେଇଥିଲା । ତେବେ ସଜ୍ଞାହୀନ ଅବସ୍ଥାରେ ଥିବା ମହିଳାଙ୍କ ହୋସ ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଆସିବାରୁ ସେ ସବୁ ଘଟଣା ପୁଲିସକୁ କହିଥିଲେ ବୋଲି କୁହାଯାଉଛି। ଏହା ପରେ ପୁଲିସ ତୁରନ୍ତ ପଦକ୍ଷେପ ନେଇ କିଛି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଚଳାଇଛି। ଏହି ମାମଲାରେ ୪ ଜଣ ଯୁବକ ସଂପୃକ୍ତ ଥିବାର କୁହାଯାଉଥିବା ବେଳେ ପୁଲିସ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ବିଶ୍ୱସ୍ତସୂତ୍ରରୁ  ପ୍ରକାଶ ଯେ, ଏହି ଘଟଣାରେ ଆହୁରି ତିନି ଜଣ ଯୁବକ ସଂପୃକ୍ତ ଥିବାର କୁହାଯାଉଛି। ମାମଲାର ଗମ୍ଭୀରତାକୁ ଦେଖି ଏସପି ଦିନ ତମାମ ଅଇଁଠାପାଲୀ ଥାନାରେ ରହିଥିବାର ଜଣାପଡିଛି । ସମ୍ବଲପୁରରେ ଘଟିଥିବା ଏହି ଘଟଣା ବିଗତ ଦିନରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହିତ ହୋଇଥିବା ବର୍ବରତା ଘଟଣାକୁ ଜନତାର ମାନସପଟରେ ଉଦଜିବୀତ କରୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories