www.samajalive.in
Sunday, December 14, 2025
23.1 C
Bhubaneswar

ବଡ଼ସାହିରୁ ଅପହୃତା ନାବାଳିକା ତାମିଲନାଡୁରୁ ଉଦ୍ଧାର

ବଡ଼ସାହି : ମୟୁଭଞ୍ଜ ଜିଲା ବଡ଼ସାହି ଥାନା ଇଲାକାରୁ ଜଣେ ୮ମ ଶ୍ରେଣୀ ଛାତ୍ରୀ ଅପହରଣ ହେବା ଅଭିଯୋଗ ପରି ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ପୁଲିସକୁ ନାକେଦମ କରିଥିଲା। ତେବେ ଏସ୍‍ପି ସ୍ମିଥ୍‍ ପି. ପରମାରଙ୍କ ତତ୍କାଳୀନ ପଦକ୍ଷେପ ପାଇଁ ଗଠିତ ସ୍ୱତନ୍ତ୍ର ପୁଲିସ ଟିମ୍‍ ଅପହୃତା ଛାତ୍ରୀଙ୍କୁ ତାମିଲନାଡୁର ଏକ ସହରରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଅପହରଣର ମାଷ୍ଟର ମାଇଣ୍ଡ ବା ମୁଖ୍ୟଅଭିଯୁକ୍ତ  ଏହି ପୁଲିସ ଟିମ ପଞ୍ଛାରେ ଧରାପଡ଼ିଛି। ଘଟଣାର ମାଷ୍ଟର ମାଇଣ୍ଡ ବା ମୁଖ୍ୟଅଭିଯୁକ୍ତ ଜଣଙ୍କ ହେଲେ ବଡ଼ସାହିର ବସନ୍ତ ସେନାପତିଙ୍କ ପୁଅ ଅମିତ୍‍। ସେ ବାରିପଦା ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୨ୟ ବର୍ଷ ଡ଼ିପ୍ଲେମା ଛାତ୍ର ।

ସୂଚନା ଅନୁଯାୟୀ, ନଭେମ୍ବର ୨୪ତାରିଖ ଅପରାହ୍ନରେ ଅମିତ୍‍ ବଡ଼ସାହି ଥାନା ଇଲାକାର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମରୁ କୌଶଳକ୍ରମେ ଅପହରଣ କରି ନେଇଥିଲା। ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ତେବେ ନାବାଳିକାଙ୍କ କୌଣସି ପତ୍ତା ମିଳୁନଥିବାରୁ ନିରାଶ ହୋଇ ପିତାମାତା ଏସ୍‍ପିଙ୍କୁ ଭେଟ ଥିଲେ। ଏସପିଙ୍କ ନିର୍ଦ୍ଦେଶରେ ଜଣେ ଇନିସପେକ୍ଟର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଅପହୃତାକୁ ଉଦ୍ଧାର ପାଇଁ ତନାଘନା ଆରମ୍ଭ କରିଥିଲେ। ମୋବାଇଲ ଟ୍ରାକିଙ୍ଗ ଓ ଅପହରଣକାରୀ ଆତ୍ମୀୟଙ୍କ ବୟାନକୁ ଭତ୍ତି କରି ଅଭିଯୁକ୍ତ ଅମିତ୍‍ ନାବାଳିକାଙ୍କୁ ନେଇ ତାମିଲନାଡୁର ଏକ ସହରରେ ଆତ୍ମ ଗୋପନ କରିଥିବା ଜାଣିବାକୁ ପାଇଥିଲେ। ତଦନୁଯାୟୀ ପୁଲିସ ଟିମ୍‍ ସେଠାରେ ପହଞ୍ଚି ଚତୁରତାର ସହିତ ଉଭୟଙ୍କୁ ଠାବ କରିଥିଲେ। ଉଭୟଙ୍କୁ ନେଇ ପୁଲିସ୍ ଟିମ୍‍ ଫେରୁଥିବା ବେଳେ ସୋମବାର ପହଞ୍ଚିବେ ବୋଲି ଜଣାପଡ଼ିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories