www.samajalive.in
Sunday, December 14, 2025
26.1 C
Bhubaneswar

‘‘ମହାନଦୀ ପ୍ରସଙ୍ଗରେ ଛତିଶଗଡକୁ କେନ୍ଦ୍ର ବିରୋଧ କରିପାରିବେ କି’’ ; ମୁଖ୍ୟମନ୍ତ୍ରୀ

ପାରାଦୀପ: ମହାନଦୀ ସୁରକ୍ଷା ଯାତ୍ରାର ଆଜି ହେଉଛି ଉଦଯାପନୀ ଦିବସ । ପାରାଦୀପ ବିଜୁ ମୈଦାନରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି । ଏହି ଉଦଯାପନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଅଭିଭାଷଣରେ କହିଛନ୍ତି ଯେ, ଝାରସୁଗୁଡା ସୁଖାସୋଡାରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ମହାସଂଗ୍ରାମ ଯାତ୍ରର ଆଜି ହେଉଛି ଶେଷ ଦିନ । ଟାଣ ଖରାରେ ୫୦୦ କିମି ଯାତ୍ରାରେ ସାମିଲ ହୋଇଥିବା ଓଡିଶାବାସୀ ମୁଁ ଧନ୍ୟବାଦ ଜଣାଉଛି । ଏହି ଅଭିଯାନରେ ଆଜି କେବଳ ରାଜନୀତିର ବିଷୟ ହୋଇ ରହିନାହିଁ, ଏହା ଓଡିଶାବାସୀଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ହୋଇରହିଛି ।  ମହାନଦୀ ପରି ଏକ ଗୁରୁତ୍ଵପୁର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଚୁପ୍ ରହିବା ଦୁଃଖର ବିଷୟ । ଓଡିଶାର ବିଜେପି ନେତମାନେ ଛତିଶଗଡର କାମକୁ ସମର୍ଥନ କରୁଛନ୍ତି ଏବଂ ଓଡିଶାରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଲୋକମାନେ ସେମାନଙ୍କ ଦୋମୁହାଁ ନୀତି ଜାଣି ସାରିଲେଣି । ବିଜେପି ନେତାର ଓଡିଶା ପ୍ରତି ଦରଦ ଅଛି ତେବେ ଛତିଶଗଡ ସରକାର କାମକୁ ବିରୋଧ କରନ୍ତୁ । ସେମାନେ ଛତିଶଗଡର ସରକାରକୁ ବିରୋଧ କରିପାରିବେ କି ?  ବିଜୁ ଜନତା ଦଳ ସରକାର ମହାନଦୀ ପାଇଁ ସୁପ୍ରିମକୋର୍ଟ ଯାଇଥିଲା, ଯାହା ଫଳରେ ଆମ ଦାବିକୁ ଗ୍ରହଣ କରି ମହାଦନୀ ଟ୍ରିବୁନାଲ ଗଠନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି, ପାଣି ପାଇଁ ନୁହେଁ ବରଂ ମହାନଦୀ ଜୀବନ ପାଇଁ ବିଜେଡି ଲଢୁଛି । ମହାନୀ ଉପରେ ନିର୍ଭର କରିଥିବା ସାତକୋଷିଆ ଚିଲିକା ଏବଂ ଭିତରକନିଆ ଆଦିର ସୁରକ୍ଷା ମଧ୍ୟ ଗୁରୁତ୍ଵପୁର୍ଣ୍ଣ ଅଟେ । ମହାନଦୀ ଉପରେ ନିର୍ଭର କରୁଥିବା ଚାଷୀ ଓ ମତ୍ସଜୀବୀଙ୍କ ଜୀବନ ଜୀବିକାର ସୁରକ୍ଷା ମଧ୍ୟ ଗୁରୁତ୍ଵପୁର୍ଣ୍ଣ । ମହାନଦୀର ସୁରକ୍ଷା ପାଇଁ ଓଡିଶାବାସୀ ଏକାଠି ହୋଇଛନ୍ତି । ମହାନଦୀ ଜରିଆରେ ଆମ ଜୀବନ ଜୀବିକା ଉପରେ ହେଉଥିବା ଆକ୍ରମଣର ଦୃଢ ଜବାବ ଦିଆଯିବ ।

- Advertisement -

ଏହି ସମାବେଶରେ ବିଧାୟକ ଦାମୋଦର ରାଉତ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ । ଏହି ଅବସରରେ ଅନ୍ୟ ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories