www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରେଢାଖୋଲ : ସମ୍ବଲପୁର ଜିଲା ରେଢାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମ ସାଗର ସାଏଙ୍କ ସରକାରୀ ବାସଭବନ ସମେତ ୪ଟିସ୍ଥାନରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଶ୍ୟାମ ସାଗର ସାଏଙ୍କ ନାମରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିବା ବଳରେ ଆଜି ରେଢାଖୋଲସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ସୁନ୍ଦରଗଡ଼ରେ ଥିବା କୋଠା , ପୈତୃକ ଘର ବନଡ଼େଗା ଗ୍ରାମରେ ଏକକାଲୀନ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ ଡ଼ିଏସପି ଦିଲ୍ଲୀପ କୁମାର କର, ସମ୍ବଲପୁର ଡ଼ିଏସପି ପରମେଶ୍ୱର କିସାନ, ଏସଏସ ପୂଜାରୀ , ସୁନ୍ଦରଗଡ଼ ଇନ୍ସପେକ୍ଟର, ପ୍ରଧାନ ଇନ୍ସପେକ୍ଟର, ସୋନପୁର ରଶ୍ମିତା ଲାକ୍ରା ଇନ୍ସପେକ୍ଟର, ସମ୍ବଲପୁର ଓ ଇନ୍ସପେକ୍ଟର ସି ବିଲୁଙ୍ଗ ଏହି ଚଢାଉରେ ସାମିଲ ରହିଛନ୍ତି। ଚଢାଉ ଜାରି ରହିଥିବାରୁ ଆୟବର୍ହିଭୂତ ସମ୍ପତ୍ତିର ଆକଳନ ହୋଇନଥିବା ସୂଚନା ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories