www.samajalive.in
Monday, December 8, 2025
24.1 C
Bhubaneswar

ଫୁଲକୋବିର ଉପକାରିତା

ଶୀତଦିନିଆ ପରିବା ଭାବେ ଫୁଲକୋବିର ଆଦର ଖୁବ୍ ଅଧିକ। ଘରେଘରେ ଫୁଲକୋବି ଭଜା, ଚପ୍ ସହ ତରକାରିିର ଆସର ବେଶ୍ ଜମିଥାଏ। ଫାଇବର୍‌୍ରେ ଭରପୂର ଓ ଭିଟାମିନ୍ ବି ପୋଷକତତ୍ତ୍ବ ଥିବା ଏଇ ପରିବା ଆମ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
– ବିଶେଷଜ୍ଞଙ୍କ ମତରେ ନିୟମିତ ଫୁଲକୋବିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
– ଆଣ୍ଟିଅକ୍ସିଡାଣ୍ଟ ଭରପୂର ଏଇ ପରିବା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପାଶ୍ଚାତ୍ୟ ରାଷ୍ଟ୍ରରେ ଫୁଲକୋବିକୁ ସାଲାଡ୍‌ରେ ବ୍ୟବହାର କରାଯାଇଥାଏ।
– ଏହି ପରିବାରେ ଥିବା କ୍ୟାରୋଟିନଏଡ୍ ଓ ଫ୍ଲାବନଏଡ୍‌ ତତ୍ତ୍ବ ଶରୀରର କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି କରେ।

- Advertisement -

– ଭିଟାମିନ୍ ସି’ ଭରପୂର ଥିବା ଫୁଲକୋବି ପ୍ରତ୍ୟହ ଖାଇଲେ ହୃଦ୍‌ରୋଗ ହେବାର ଆଶଙ୍କା କମ୍ ହୁଏ।
– କମ୍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ଶୀଘ୍ର ହ୍ରାସ ପାଏ। ଫୁଲକୋବିରେ ୯୨% ଜଳ ଥିବାରୁ, ଏହା ଖାଇଲେ ବରଂ ଆମ ଓଜନ ନିୟନ୍ତ୍ରଣରେ ରହେ।
– ଫୁଲକୋବିରେ ଥିବା ପୋଷକତତ୍ତ୍ବ କାରଣରୁ ଆମ ସ୍ମୃତି ଶକ୍ତି ବୃଦ୍ଧି ହେବା ସହ ନିଦ ମଧ୍ୟ ଭଲଭାବେ ହୋଇଥାଏ।
– ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କିମ୍ବା ହାଡ଼ ଦୁର୍ବଳ ଥିଲେ, ପ୍ରତ୍ୟହ ଫୁଲକୋବି ନିଜ ଡାଏଟ୍‌ରେ ସାମିଲ କରାଇବା ଉଚିତ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories