www.samajalive.in
Friday, December 12, 2025
14.1 C
Bhubaneswar

କୁରାଳ ପଞ୍ଚମୀ ପାଇଁ ଉତ୍ସବ ମୁଖର କୁମ୍ଭକାର ପରିବାର : ପୂଜା କରାଯାଉଛି ମାଟି ଉଆ, ଚକ ଓ ପିଟଣା

ପିପିଲି : ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ଠାରୁ ପବିତ୍ର କୁରାଳ ପଞ୍ଚମୀ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏଥି ପାଇଁ ପିପିଲି ବ୍ଲକର ନୂଆଶାସନ, ସଠସ, ବନ୍ତଳସିଂ, ଜୟପୁର, ମାଧିପୁର, ଜଗନ୍ନାଥପୁର, ସହଜପୁର, ଯଶୁଆପୁର, ଯୋପନ, ପୋଡଙ୍ଗ, ମାଟିସାହି, କାଜିପାଟଣା ଓ ନିଜିଗଡକୁରୁଖି ମୁଦୁଲିସାହି ଆଦି ଗ୍ରାମର କୁମ୍ଭକାର ପରିବାର ଉସିବ ମୁଖର ହୋଇଉଠିଛି। ପୁରୁଣା ପରମ୍ପରା ଓ ରୀତିନୀତି ଅନୁଯାଇ ଅତ୍ୟନ୍ତ ଆନନ୍ଦ ଓ ଉସିାହର ସହ ୫ଦିନ ଧରି ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ଘରେ ଉଆ (ମାଟିପାତ୍ରକୁ ପୋଡା ଯାଉଥିବା ଭାଟି), ଚକ, ପିଟଣା ଓ ପିଣ୍ଡ ଆଦିକୁ ଅତ୍ୟନ୍ତ ନିଷ୍ଠା ସହକାରେ ପୂଜା କରାଯାଉଛି।
କୁରାଳ ପଞ୍ଚମୀ ଉସିବ ପାଇଁ ପ୍ରତ୍ୟେକ କୁମ୍ଭକାରଙ୍କ ଘରକୁ ନୂଆ ରଙ୍ଗ କରାଯିବା ସହ ପରିବାରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥିବା ପରିଲକ୍ଷିତ ହୋଇଥିଲା। ରବିବାର ପ୍ରତ୍ୟୁଷରୁ ଉଆ, ଚକ, ପିଟଣା, ପିଣ୍ଡ ଆଦିକୁ ପରିଷ୍କାର ଭାବେ ଧୂଆଯାଇ ସେଥିରେ ସୁନ୍ଦର ଭାବେ ଚିତା ପକାଯାଇଥିଲା। ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ବ୍ରାହ୍ମଣ ପୁରୋହିତଙ୍କ ସହଯୋଗରେ ଅତ୍ୟନ୍ତ ନିଷ୍ଠାର ସହ ଧୂପ, ନୈବେଦ୍ୟ ଦେଇ ଭାଟି, ମା’ଲକ୍ଷ୍ମୀ ଠାକୁରାଣୀ, ପ୍ରଭୁ ନାରାୟଣ, ଉଆ ଓ ଚକ ଆଦିକୁ ପୂଜା କରିଥିଲେ। ମଧ୍ୟାହ୍ନରେ ବିଧି ମୁତାବକ ଖେଚୁଡି, ଡାଲମା, ଶାଗ, ଯାଉ ଓ ଖଟା ଆଦି ଭୋଗ କରାଯାଇଥିବା ବେଳେ ସଂନ୍ଧ୍ୟାରେ ମହିଳା ମାନେ ଏକତ୍ରିତ ଭାବେ ବନ୍ଦାପନା କରିଥିଲେ। ବିଶେଷ କରି ପରିବାରର ମହିଳା ସଦସ୍ୟାମାନେ ଏହି ପୂଜାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଥିବା ବେଳେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ସହ ନିଜର ଏହି କୌଳିକ କାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ଠାକୁରଙ୍କ ନିକଟରେ ଶୁଭମନାସୀ ଥିଲେ। ୫ଦିନ ଧରି ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ଏହି ସମୟ ମଧ୍ୟରେ କୌଣସି ମାଟିପାତ୍ର ଗଢା ଯାଇନଥାଏ ଓ ଉସିବର ଉଦ୍‍ଯାପନୀ ପରେ ନୂତନ ଭାବେ ମାଟି ସାମଗ୍ରୀ ଗଢା ଯିବ ବୋଲି ଜଣାଯାଇଛି। ଏହାର ଉଦ୍‍ଯାପନୀ ଉସିବରେ ଚୁଡାଘଷା ଓ ଖିରୀ ଆଦି ଭୋଗ କରାଯାଇଥାଏ ବୋଲି ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories