www.samajalive.in
Saturday, December 13, 2025
21.1 C
Bhubaneswar

କୁଖ୍ୟାତ ଶଙ୍କରର ଆତ୍ମହତ୍ୟା

ସାଲେମ : ଦକ୍ଷିଣ ଭାରତର କୁଖ୍ୟାତ ଅପରାଧୀ ତଥା ଆତଙ୍କୀ ଶଙ୍କର ଭାବେ ପରିଚିତ ଏମ୍‌ ଜୟଶଙ୍କର ମଙ୍ଗଳବାର ଆତ୍ମହତ୍ୟା କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ଆତଙ୍କୀ ଶଙ୍କର ନାମରେ ୩୦ରୁ ଅଧିକ ବଳାତ୍କାର ଓ ୧୫ ହତ୍ୟା ଅଭିଯୋଗ ରହିଛି । ଶଙ୍କର ବେଙ୍ଗାଲୁର ଉପକଣ୍ଠରେ ଥିବା ପାରାପ୍ପାନ୍ନା ଅଗ୍ରହାରା କାରାଗାରରେ ସୋମବାର ବିଳମ୍ବିତ ରାତିରେ ଏକ ବ୍ଲେଡରେ ନିଜ ବେକକୁ କାଟି ଦେଇଥିଲା। ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାର ମୃତ୍ୟୁ ଘଟିଛି । ଶଙ୍କର ୨୦୦୯ରୁ ୨୦୧୧ ମଧ୍ୟରେ ଦକ୍ଷିଣ ଭାରତରେ ଆତଙ୍କ ଖେଳାଇଥିଲା । କେବଳ ଏହି ୨ ବର୍ଷରେ ତା ନାମରେ ୧୩ରୁ ଅଧିକ ବଳାତ୍କାର ଓ ହତ୍ୟା ମାମଲା ରୁଜୁ ହୋଇଥିଲା । ବିଭିନ୍ନ ଅପରାଧୀକ ଅଭିଯୋଗରେ ଶଙ୍କରକୁ ଗିରଫ କରାଯାଇ ଜେଲ ପଠାଯାଇଥିଲା । ଶଙ୍କର ୨୦୧୩ ସେପ୍ଟେମ୍ବର ୧ରେ ଏକ ବାଉଂଶ ଓ କମ୍ବଳ ସାହଯ୍ୟରେ ଜେଲ୍‌ର ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲା । ଶେଷରେ ୨୦୧୩ ସେପ୍ଟେମ୍ବର ୬ରେ ବାଙ୍ଗାଲୁର ପୁଲିସ୍‌ କୁଡଲିଗେଟ ନିକଟରୁ ଶଙ୍କରକୁ ଗିରଫ କରିଥିଲା । ସେବେଠାରୁ ଜୟଶଙ୍କର ଜେଲରେ ରହିଥିଲା । ଜୟଶଙ୍କରର ଜୀବନୀକୁ ନେଇ ୨୦୧୭ରେ କାନ୍ନାଡା ଚଳଚ୍ଚିତ୍ର ‘ସାଇକୋ ଶଙ୍କର’ ନିର୍ମିତ ହୋଇଛି । ଜୟଶଙ୍କର ମୃତ୍ୟୁକୁ ନେଇ ଜେଲ କର୍ତ୍ତୃପକ୍ଷ ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories