www.samajalive.in
Sunday, December 14, 2025
19.1 C
Bhubaneswar

ମେଗା ପ୍ରକଳ୍ପ କାର୍ୟ୍ୟ ତଦାରଖ କଲେ ମନ୍ତ୍ରୀ ଟୁକୁନୀ ସାହୁ

ବେଲଗାଁ: ସଇଁନ୍ତଲା ଏବଂ ଟିଟିଲାଗଡ ବ୍ଲକ ଅଞ୍ଚଳର ୨୫ଟି ଗ୍ରାମର ପ୍ରତ୍ୟେକ ପରିବାରଙ୍କ ଗୃହକୁ ବିଶୁଦ୍ଧ ପାନୀୟ ଜଳ ସଂଯୋଗ ଯୋଗାଣ ନେଇ ଉଦ୍ଦିଷ୍ଟ ବେଲଗାଁ ଠାରେ ନିର୍ମାଣାଧିନ ମେଗା ପ୍ରକଳ୍ପ ବିଳମ୍ବିତ ହୋଇଚାଲିଛି। ୨୦୧୭ ଜାନୁଆରୀରେ ଖୋଦ ଏହାର ଶିଳାନ୍ୟାସ କରିଥିବା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଶୁକ୍ରବାର ଉକ୍ତ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତଦାରଖ କରିଛନ୍ତି। ସୂଚନା ଯେ ଗତ ସାଧାରଣ ନିର୍ବାଚନ ପୁର୍ବରୁ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏନେଇ ଜଳକ୍ଲିଷ୍ଟ ସଇଁନ୍ତଲା ଏବଂ ଟିଟିଲାଗଡ ବ୍ଲକ ଅଂଚଳର ଲାଭାନ୍ୱିତ ହେବାକୁ ଥିବା ଗ୍ରାମବାସୀଙ୍କ ମହଲରେ ଅନେକ ଆଶା ଜାଗ୍ରତ କରିଥିଲା। ତେବେ ଠିକଦାରଙ୍କ ମନୋମୁଖୀ କାମ ଜାରି ରଖିବା ସହ ଦୁଇ ଥର ଏକ୍ସଟେନ୍ସନ ନେଇ କାର୍ୟ୍ୟ ବିଳମ୍ବିତ ହୋଇଚାଲିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନିମ୍ନମାନର ନିର୍ମାଣ କାର୍ୟ୍ୟ ହେଉଥିବା, ୩୯ କୋଟି ଟଙ୍କାର ଏହି ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପକୁ ଠିକା ସଂସ୍ଥା ପେଟି ଠିକାଦାରଙ୍କୁ ସମର୍ପି ଦେଇ ଢେର ଲାଭଗ୍ରସ୍ତ ହୋଇପଡିଥିବା, ପେଟି ଠିକାଦାରଙ୍କୁ ଠିକାସଂସ୍ଥା ପାଉଣା ପ୍ରଦାନରେ ବିଳମ୍ବ ନେଇ ସେମାନେ ମାସ ମାସ ଧରି କାମ ବିଲମ୍ବ କରିବା ଆଦି ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ମନ୍ତ୍ରୀ ଆଜି ବେଲଗାଁ ତେଲନଦୀ ଠାରେ ନିର୍ମିତ ପ୍ରକଳ୍ପର ପମ୍ପହାଉସ ଏବଂ ଜଳ ବିଶୋଧନାଗାର ନିର୍ମାଣ ବୁଲି ଦେଖିଛନ୍ତି। ଦୈନିକ ୩.୯ ମିଲିୟନ ଲିଟର ଜଳ ବିଶୋଧନ କ୍ଷମତା ତଥା ୧୨.୩୫ ଲକ୍ଷ ଏବଂ ୫.୨୫ ଲକ୍ଷ ଲିଟର ବିଶିଷ୍ଟ ଦୁଇଟି ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ଜାରି ରହିଛି। ମନ୍ତ୍ରୀ ଶ୍ରୀମତି ସାହୁ ପ୍ରକଳ୍ପ ସ୍ଥଳରେ ଉପସ୍ଥିତ ଠିକା ସଂସ୍ଥା ଏଲଏଣ୍ଡଟି କମ୍ପାନୀର ଏଜେନ୍ଟ ଏବଂ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ଗ୍ରୀଷ୍ମ ଋତୁ ପୁର୍ବରୁ ପ୍ରକଲ୍ପ କାର୍ୟ୍ୟ ସମ୍ପୁର୍ଣ୍ଣ ସହ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ତାଗିଦ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories