www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀରେ ଭାଇବୋହୁକୁ ବୋମା ମାଡ କରିବା ପରେ ପିପିଲିରେ ଭଉଣୀକୁ ଗୁଳି ମାରିଲା ଦୁର୍ବୃତ୍ତ

ପିପିଲି: ଜଣେ ଯୁବକ ରାଜଧାନୀ ଭୁବନେଶ୍ୱରରେ ଭାଇବୋହୁକୁ ବୋମା ମାଡ କରିବା ପରେ ପିପିଲି ଯାଇ ସମ୍ପର୍କୀୟ ଭଉଣୀକୁ ଗୁଳି ମାଡ କରିଛି । ଭୁବନେଶ୍ୱରର ପଳାଶୁଣୀ ନିକଟରେ ଥିବା  ଆଖଣ୍ଡଳ ମଣୀ ବସ୍ତିରେ ଭାଇ ବୋହକୁ ବୋମା ମାଡ କରିଥିଲା । ଏହାପରେ ସେ ପିପିଲି ଯାଇ ମାମୁଁଙ୍କ ଝିଅକୁ ଗୁଳି ଗୁଳି ମାଡ କରିଛି । ଉଭୟ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିପିଲି ଥାନା ଅନ୍ତର୍ଗତ ପୁବାଶାସନ ଗ୍ରାମରେ ବୁଧବାର ମାମୁଁପୁଅ ଭାଇର ଗୁଳିମାଡରେ ଗଙ୍ଗାଧର ଭୋଳଙ୍କ ପତ୍ନୀ ବିନୋଦିନି ଭୋଳ(୫୦) ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡର ଜଂଘରେ ଗୋଟିଏ ଗୁଳି ବାଜିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସେଠାରୁ କ୍ୟାପିଟାଲ ହସ୍‌ପିଟାଲ୍‌ ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ମହିଳାଙ୍କ ମାମୁଁପୁଅ ଭାଇ କୁହାଯାଉଥିବା ହାଡୁଆ ଏହି ଗୁଳିମାଡ କରିଥିବା ବେଳେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

ବୁଧବାର ପ୍ରାୟ୧୨ଟା ସମୟରେ ହାଡୁଆ ଏକ ସ୍କୁଟିରେ ଗଙ୍ଗାଧରଙ୍କ ଘରକୁ ଆସିଥିଲା। ସେଠାରେ କୌଣସି କଥାକୁ ନେଇ ସେ ଉତ୍‌କ୍ଷୀପ୍ତ ହୋଇ ହାତରେ ଧରିଥିବା ରିଭରବଲ୍‌ରୁ ବିନୋଦିନିଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିଟି ତାଙ୍କ ଡାହାଣ ଗୋଡ ଜଂଘରେ ପଶି ରହି ଯାଇଥିଲା। ତେବେ ଗୁଳିକାଣ୍ଡ ପରେ ଅଭିଯୁକ୍ତ ସେଠାରୁ ଫେରାର୍‌ ହୋଇଯାଇଛି। ଖବର ପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଓ ପିପିଲି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories