ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଭଙ୍ଗାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବାସହ ସେମାନେ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ମାର୍କେଟ କମ୍ପେ୍ଲକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହାପରେ କମ୍ପେ୍ଲକ୍ସଟିକୁ ଭାଙ୍ଗିବା ପାଇଁ ନୋଟିସ ଦିଆଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମହାନଗର ନିଗମ ଓ ବିଡ଼ିଏ କର୍ତ୍ତୁପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସଙ୍କ ଉପସ୍ଥିତିରେ କମ୍ପେ୍ଲକ୍ସ ଭାଙ୍ଗିବା ଆରମ୍ଭ କରିଥିଲେ। ମାତ୍ର ଏହି ଭଙ୍ଗା କାର୍ଯ୍ୟକୁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଉ କିଛି ଦିନ ସମୟ ଦେବାକୁ ଦାବି କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୧ ପ୍ଲାଟୁନ ପୁଲିସ ର୍ଫୋସ ମୁତୟନ କରାଯାଇଥିଲା ବୋଲି ଜଣାପଡ଼ିଛି।
ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ
Popular Categories



