www.samajalive.in
Monday, December 8, 2025
24.1 C
Bhubaneswar

ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ : ପରିବହନ ମନ୍ତ୍ରୀ

ଭୁବନେଶ୍ଵର : ଗାଡିଚାଳକ ମାନଙ୍କ ପାଇଁ ଖୁସି ଖବର। ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଟ୍ରାଫିକ ନିୟମ ଆଉ ତିନିମାସ ପାଇଁ କୋହଳ କରାଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି । ଗୁରୁବାର ଏହି ପ୍ରସଙ୍ଗନେଇ ଗୃହର ସଦସ୍ୟ ଉଦବେଗ ପ୍ରକାଶ କରିବାରୁ ବାଚସ୍ପତି ଡ଼କ୍ଟର ସୂର୍ଯ୍ୟ ନାରାରୟଣ ପାତ୍ର ରୁଲିଂ ଜାରି କରିଥିଲେ। ଲୋକମାନେ କିପରି ଅସୁବିଧାରେ ପଡ଼ିବେନି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଲୋକଙ୍କ ସୁବିଧା ପାଇଁ କ’ଣ କରାଯାଇପାରିବ, ସେ ନେଇ ବିଚାର ବିମର୍ଶ କରାଯାଉଛି ବୋଲି ଶ୍ରୀ ବେହେରା ଗୃହକୁ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାଯୋଗ୍ୟ ରାଜ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ଏବେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଆସନ୍ତା ୧ ତାରିଖରୁ ନୂଆ ଟ୍ରାଫିକ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବାକୁ ଥିବାରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗି ରହୁଛି । ଲୋକଙ୍କ ସମସ୍ୟାର ସମାଧାନ କରିବା ଲାଗି ଗୁରୁବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା।
ଜନସାଧାରଣଙ୍କୁ ଆରଟିଓ ଅଫିସରେ ଠିକ୍‌ ଭାବେ ସେବା ମିଳିପାରୁ ନାହିଁ । ଶାସକ ଦଳର ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ କହିଥିଲେ, ଆରଟିଓରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲୋକେ ସୁବିଧା ପାଇପାରୁ ନାହାନ୍ତି । ଭୁବନେଶ୍ଵରକୁ ଛାଡ଼ି ଅନ୍ୟ ସମସ୍ତ ଆରଟିଓ ସନ୍ଧ୍ୟା ହେଲେ ବନ୍ଦ ହୋଇଯାଉଛି । ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ। ସେହିପରି ରାଜ୍ୟରେ ଏବେ ଜିଜିଆ କର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମହାରାଥୀ କହିଥିଲେ।
ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଡେଡ୍‌ଲାଇନ ଘୁଞ୍ଚିବା ନେଇ ବିଚାର ବିମର୍ଶ କରାଯାଉଛି ବୋଲି କହିଥିଲେ। ତେବେ ଅପରାହ୍ନ ଅଧିବେଶନ ପରେ ଏ ସଂପର୍କରେ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଟ୍ରାଫିକ ନିୟମ କୋହଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ତେଣୁ ଏହି ତିନିମାସ ମଧ୍ୟରେ ଲୋକେ ନିଜର ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories